ସେକ୍ସିଏଷ୍ଟ ହ୍ରିତିକ୍‌ଙ୍କ ସହ ଦୀପିକାଙ୍କ 'କେକ୍‌' ଆଫେୟାର୍ସ,ନୋ ରଣବୀର...ଭିଡିଓ ଭାଇରାଲ୍‌

Published By : Prameya-News7 Bureau | December 19, 2019 IST

ମୁମ୍ବାଇ୧୯|୧୨: ବଲିଉଡର ଷ୍ଟାଇଲିସ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ବଲିଉଡର ହାଏ ଡିମାଣ୍ଡ ଅଭିନେତ୍ରୀ ଦୀପିକା ପାଦୁକନଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି। ଭିଡିଓରେ ହ୍ରିତିକ ରୋଶନ, ଦୀପିକା ପାଦୁକନଙ୍କର ଏକ ଇଚ୍ଛାକୁ ପୂରଣ କରୁଥିବା ଦେଖିବାକୁ ମିଳୁଛି। ହ୍ରିତିକ୍‌, ଅଭିନେତ୍ରୀ ଦୀପିକାଙ୍କୁ କେକ୍‌ ଖୁଆଉଥିବାର ନଜର ଆସିଛି। ଦୀପିକା ଖୁବ ଆନନ୍ଦ ସହ ହ୍ରିତିକ୍‌ଙ୍କ ହାତରୁ କେକ୍‌ ଖାଉଛନ୍ତି।

{"id":199641,"sizeSlug":"large"}

ଏହି ମୂହୁର୍ତ୍ତକୁ ବେଶ ଏନ୍‌ଜଏ କରୁଛନ୍ତି ବଲିଉଡର ମସ୍ତାନୀ। ଉଭୟଙ୍କର ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ହ୍ରିତିକ୍‌ ଓ ଦୀପିକାଙ୍କୁ ଏକା ସହ ଦେଖି ଏବେ ଫ୍ୟାନ୍ସ ଉଭୟଙ୍କର ଏକ ଫିଲ୍ମ ଡିମାଣ୍ଡ କରୁଛନ୍ତି। ଉଭୟଙ୍କୁ ଏକା ସହ ଏକ ଫିଲ୍ମରେ ଦର୍ଶକ ଦେଖିବାକୁ ଚାହାନ୍ତି। ଦୀପିକା ପାଦୁକନ ଏବଂ ହ୍ରିତିକ ରୋଶନ ନିକଟରେ ରୋହିଣୀ ଆଇୟରଙ୍କ ହାଉସ ପାର୍ଟିରେ ପହଞ୍ଚିଛନ୍ତି।

{"id":199642,"width":581,"height":500,"sizeSlug":"large"}

ସେଠାରେ ହ୍ରିତିକ ଦୀପିକାଙ୍କୁ ଚକୋଲେଟ୍‌ ଖୁଆଉଥିବାର ଦେଖିବାକୁ ମିଳୁଛି। ହ୍ରିତିକ ଦୀପିକାଙ୍କୁ ଖୁବ ସ୍ନେହ ଆଦରରେ କେକ୍‌ ଖୁଆଉଛନ୍ତି। ଏହି ଭିଡିଓକୁ ହ୍ରିତିକଙ୍କ ଫ୍ୟାନ୍‌ କ୍ଲବ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତେବେ ଦୀପିକା ଏବେ ନିଜ ଫିଲ୍ମ ଛପାକର ପ୍ରମୋସନ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମ ଛପାକ ୨୦୨୦ ମସିହା ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି।

{"id":199644,"sizeSlug":"large"}

ଅପରପକ୍ଷରେ ଅମିତାଭ ବଚ୍ଚନ ଓ ହେମା ମାଳୀନିଙ୍କ ସୁପରହିଟ୍‌ ଫିଲ୍ମ “ସତ୍ତେ ପେ ସତ୍ତା” ରିମେକ୍‌ରେ ହ୍ରିତିକ୍‌ ମୂଖ୍ୟ ଭୂମିକାରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ, ଏହି ଚଶଚ୍ଚିତ୍ର ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପଡାଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ନାଁ ସାମ୍ନାକୁ ଆସିଛି। ହେଲେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ ଯେ, ହ୍ରିତିକଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ କାମ କରିବେ।    

wp:core-embed/instagram {"url":"https://www.instagram.com/p/B6K-sIhp4K3/","type":"rich","providerNameSlug":"instagram","className":""}
https://www.instagram.com/p/B6K-sIhp4K3/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.