ରଶ୍ମିକାଙ୍କ ପରେ ଏବେ କାଜୋଲ ଡିପ୍‌ଫେକ୍ ଭିଡିଓର ଶିକାର, ପୋଷାକ ବଦଳାଉଥିବାର ନକଲି ଭିଡିଓ ଭାଇରାଲ୍

Published By : Prameya-News7 Bureau | November 16, 2023 IST

ମୁମ୍ବାଇ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ନେଇ ଯେଉଁ ଭୟ ରହିଥିଲା ତାହା ଏବେ ଧୀରେ ଧୀରେ ମୁଣ୍ଡ ଟେକୁଛି। ଏହାର ଭୟଙ୍କର ଦୁରୁପଯୋଗ ହେଉଛି। ପ୍ରଥମେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଉ ଏବେ କାଜୋଲ, ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇଛନ୍ତି।

କାଜୋଲଙ୍କର ଡିପ୍‌ଫେକ୍‌ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ କାଜୋଲ କ୍ୟାମେରା ସାମ୍ନାରେ ପୋଷାକ ବଦଳାଉ ଥିବାର ନକଲି ଭିଡିଓ ଦେଖିବାକୁ ମିଳିଛି। ଫେସ୍‌ବୁକ୍, ଏକ୍ସ ଓ ୟୁଟ୍ୟୁବ୍‌ରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି କାଜୋଲଙ୍କର ନୁହେଁ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କର ବୋଲି ଜଣାପଡ଼ିଛି। ଯେଉଁଥିରେ ଏଡିଟ୍ କରି କାଜୋଲଙ୍କ ଚେହେରା ଲଗାଯାଇଛି।

ପ୍ରକାଶିତ ଖବର ଅନୁସାରେ, ଜୁନ ୫ ତାରିଖରେ ଏହି ଭିଡିଓଟି ଟିକ୍‌ଟିକ୍‌ରେ ଅପଲୋଡ୍ ହୋଇଥିଲା। ହେଲେ ଏହାକୁ କିଏ ତିଆରି କରିଛନ୍ତି ସେ ବିଷୟରେ କୌଣସି ସୂଚନା ନାହିଁ। କାଜୋଲଙ୍କ ପୂର୍ବରୁ ରଶ୍ମିକା ମନ୍ଦାନାଙ୍କ ସହ ବି ସମାନ ଘଟଣା ଘଟିଥିଲା। ହେଲେ ଏହି ଭିଡିଓକୁ କିଏ ତିଆରି କରିଥିଲେ ତାହା ବି ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ରଶ୍ମିକାଙ୍କ ସହ ଏଭଳି ଘଟିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଭଳି ଭିଡିଓ ଭାଇରାଲ୍ ନେଇ ଅଭିଯୋଗର ୩୬ ଘଣ୍ଟା ଭିତରେ ଏହାକୁ ହଟାଇବାକୁ ସମସ୍ତ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଆଇ ପାଇଁ ବର୍ତ୍ତମାନ ଥିବା ନିୟମରେ କୋହଳତା ଯୋଗୁ ଏଭଳି ଘଟୁଥିବା ସାଇବର ଏକ୍ସପର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.