ସମୁଦ୍ରଗର୍ଭରେ ସୁଇମିଂ ପୁଲ୍ ! ଉପରୁ ଦେଖିବାକୁ ସାଧାରଣ ପୁଲ୍ ଭଳି, କିନ୍ତୁ ଭିତରକୁ ଯଦି କେହି ଚାହାଁନ୍ତି…
2/10/2023 at 3:04 PM

ନୂଆଦିଲ୍ଲୀ ୦୨।୧୦: ସୁଇମିଂ ପୁଲ୍ । ଆଜିକାଲି ଖୁବ୍ ଟ୍ରେଣ୍ଡରେ । ଏବେ ଏହା ପାଲଟିଛି ଫ୍ୟାସନ୍ । ଏବେ ତ ଲୋକମାନେ ସେହି ସ୍ଥାନ ହିଁ କିଣୁଛନ୍ତି, ଯେଉଁଠାରେ ସୁଇମିଂ ପୁଲ୍ର ବ୍ୟବସ୍ଥା ରହିଛି । ଅନେକ ସମୟରେ ସୁଇମିଂ ପୁଲ୍ର ଫଟୋ ସୋଶିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏମିତି ଏକ ସୁଇମିଂ ପୁଲ୍ ରହିଛି, ଯେଉଁଠିକୁ ଗଲେ ଆପଣ ଏକ ସମୁଦ୍ରର ଗଭୀରକୁ ଯିବା ଭଳି ଲାଗିଥାଏ । ଏହା ଉପରକୁ ଦେଖାଯାଏ ଏକ ସାଧାରଣ ପୋଖରୀ ଭଳି, କିନ୍ତୁ ଭିତର ପୂରା ପାତାଳକୁ ଲମ୍ବିଛି । ଦେଖନ୍ତୁ ଏହି ଭିଡିଓ… ଯାହା ସୋଶିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏହି ଭିଡିଓକୁ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କର ବି ଲୋମ ଟାଙ୍କୁରି ଉଠିବ । ଏହି ସୁଇମିଂ ପୁଲ୍ ଏତେ ଗଭୀର ଯେ ଏହା ସମୁଦ୍ରର ଅସୀମ ଗଭୀରତାରେ ତିଆରି ହୋଇଥିବା ପରି ମନେହୁଏ । ଭିଡିଓରେ ଆପଣ ଦେଖିପାରୁଥିବେ ଏହି ପୁଲ୍ଟି ୨ ମହଲା ଗଭୀରତା ଭଳି ଦେଖାଯାଉଛି । ଯାହା ମଧ୍ୟରେ କୂଅ ଭଳି ଗାତ ନଜର ଆସୁଛି । ଯାହା ଦେଖିବାକୁ ଖୁବ୍ ଭୟାନକ । ସବୁଠାରୁ ଆଶ୍ଚ୍ଯର୍ଯ୍ୟଜନକ କଥା ହେଉଛି ଏହି ସୁଇମିଂ ପୁଲ୍ଟି ଉପରୁ ଏକ ସାଧାରଣ ପୁଲ୍ ଭଳି ଦେଖାଯାଇଥାଏ, କିନ୍ତୁ ଭିତରୁ ଅତ୍ୟନ୍ତ ଭୟଙ୍କର ।
ଏହାକୁ ଦୁନିଆର ସବୁଠାରୁ ଗଭୀରତମ ସୁଇମିଂ ପୁଲ୍ କୁହାଯାଇଥାଏ । ଲୋକମାନେ କହିଥାନ୍ତି ଯେ ଏହି ସୁଇମିଂ ପୁଲ୍ ଏକ ଭୟଙ୍କ ସ୍ବପ୍ନ ପରି । ଯାହା ଖୁବ୍ ଖତରନାକ୍ । ସୁଇମିଂ ପୁଲ୍ଟି ଦୁବାଇରେ ରହିଛି । ଏହା ‘ଡିପ୍ ଡ୍ରାଇବ୍ ଦୁବାଇ’ ନାଁରେ ପରିଚିତ ।. ଏହାର ଗଭୀରତା ୬୦.୦୨ ମିଟର । ଏହି ପୁଲ୍ ୧ କୋଟି ୪୦ ଲିଟର ପାଣି ରଖିବାର କ୍ଷମତା ରଖିଛି । ଯାହା ୬ଟି ଅଲମ୍ପିକ୍ ସାଇଜ୍ ସୁଇମିଂ ପୁଲ୍ ସହିତ ସମାନ ।

ଏହି ପୁଲ୍ର ବିଶେଷତ୍ୱ ହେଉଛି ଏଥିରେ ଏକ ଆପାର୍ଟମେଣ୍ଟ ଓ ଗ୍ୟାରେଜ୍ ରହିଛି । ଏଥିରେ ସ୍କୁବା ଡାଇଭର୍ସଙ୍କ ଅନେକ କୋର୍ସ ମଧ୍ୟ ରହିଛି । ପୁଲରେ ଏକ ଅଣ୍ଡର ୱାଟର ଫିଲ୍ମ ଷ୍ଟୁଡିଓ ରହିଛି । ଯେଉଁଥିରେ ଏଡିଟିଂ ରୁମ୍ ଏବଂ ଭିଡିଓ ଓ୍ବାଲ୍ ରହିଛି । ୫୬ଟି ଅଣ୍ଡରଓ୍ବାଟର୍ କ୍ୟାମେରା ସହିତ ଏଥିରେ ୧୬୪ ପ୍ରକାରର ଲାଇଟ୍ ଲଗାଯାଇଛି ।

ବିଶ୍ୱର ଗଭୀରତମ ସୁଇମିଂ ପୁଲ ଭାବେ ଡିପ ଡାଇଭ ଦୁବାଇ ଗିନିଜ ୱାର୍ଲ୍ଡରେ ସ୍ଥାନ ପାଇଛି । ୧୫ଶହ ବର୍ଗମିଟରରୁ ଅଧିକ ପରିବ୍ୟପ୍ତ ଏହି ପୁଲ୍ ଏକ ବିଶାଳ ସିପ୍ ଆକାରରେ ନିର୍ମାଣ କରାଯାଇଛି ।
You Can Read: