suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରାର୍ଥୀ ଘୋଷଣା ପରେ ଦୀପାଳିଙ୍କ ପ୍ରତିକ୍ରିୟା- ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ଧନ୍ୟବାଦ, ବାପାଙ୍କ ପରି ସମାଜ ସେବା କରିବି

31/03/2023 at 6:28 PM

ଭୁବନେଶ୍ଵର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଗୁଲ୍ ବାଜିବାର ଦୁଇ ଦିନ ପରେ ଶାସକ ବିଜୁ ଜନତା ଦଳ(ବିଜେଡି) ନିଜର ପ୍ରାର୍ଥୀ ଘୋଷଣା  କରିଛି। ଆଶା ଅନୁଯାୟୀ, ଦଳ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଏହି ଘୋଷଣା ପରେ ଝାରସୁଗୁଡା ବିଜେଡି ଶିବିର ଉଲ୍ଲସିତ ହୋଇ ଉଠିଛି। ପ୍ରାର୍ଥୀ ଘୋଷଣା ପରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସେ କହିଛନ୍ତି ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ଧନ୍ୟବାଦ। ଆଗାମୀ ଦିନରେ ତାଙ୍କ ବିଶ୍ବାସକୁ କାଏମ ରଖିବି। ବାପାଙ୍କ ନାଁ ରଖିବି, ବାପାଙ୍କ ଆର୍ଶୀବାଦ ମୋ ଉପରେ ଅଛି। ରାଜନୀତି କ୍ଷେତ୍ରରେ ମୋର ପ୍ରଥମ ଚାପ୍ଟର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ମୁଁ କାମ କରିବି। ମୋ ବାପା ସମାଜ ସେବାରେ ଥିଲେ ମୁଁ ମଧ୍ୟ ସମାଜ ସେବାରେ ରହିବି ବୋଲି ଦୀପାଳି ଦାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୨୪ (ବୁଧବାର) ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ। ମଇ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ହେବ । ଏଥିପାଇଁ ଏପ୍ରିଲ୍ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୦ରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୧ରୁ ୨୩ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ଏପ୍ରିଲ୍‌ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମଇ ୧୩ରେ ଭୋଗ ଗଣତି ହେବ ।

ଗତ ଜାନୁଆରୀ ୨୯ରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା । ଏହା ପରଠୁ ଝାରସୁଗୁଡା ଆସନ ଖାଲି ପଡିଛି । ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ ସମୟ ରହିଥିବା ବେଳେ ଝାରସୁଗୁଡା ଉପନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ଏବେ ଦେଖିବା ବାକି ରହିଲା ବିରୋଧୀ ବିଜେପି

   Related Posts