ଝାରସୁଗୁଡାରେ ଜମୁଛି ପ୍ରଚାର, କିଟ୍‌ମିଟ୍ ରାତିକୁ ଖାତିର ନକରି ଭୋଟ ମାଗିଲେ ଦୀପାଳି

Published By : Prameya-News7 Bureau | May 14, 2024 IST

ଝାରସୁଗୁଡା ୧୪/୦୫: ଝାରସୁଗୁଡାରେ ରାତିରେ ବି ଅନୁଭବ ହେଉଛି ନିର୍ବାଚନୀ ତାତି l ରାତିର କିଟମିଟ ଅନ୍ଧାର କୁ ଖାତିର ନକରି ଲୋକଙ୍କ ପାଖକୁ ପହଂଚି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ l 

ଝାରସୁଗୁଡା ପୌରପରିଷଦ ଅଂଚଳରେ ରୋଡ଼ ଶୋ କରି ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି l ଲୋକେ ଦୀପାଳିଙ୍କୁ ଗୋଲାପ ଫୁଳ ଦେଇ ସ୍ୱାଗତ କରିଥିବାବେଳେ ସେମାନଙ୍କ ସୁଖଦୁଃଖରେ ସବୁବେଳେ ଛିଡା ହୋଇ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକୁ ଆଗେଇ ନେବେ ବୋଲି ଦୀପାଳି ପ୍ରତିଶ୍ରୁତି ଦେଉଛନ୍ତି l 


ମୁଣ୍ଡ ଉପରେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି ଏବଂ ଜନସାଧାରଣଙ୍କ ଭଲ ପାଇବା ଅଛି l ଲୋକଙ୍କ ଭଲ ପାଇବା ଏବଂ ଆଶୀର୍ବାଦରେ ଝାରସୁଗୁଡାରେ ଶଙ୍ଖ ନାଦ ହେବ ଏବଂ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଦୀପାଳି କହିଛନ୍ତି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.