ଆୟରଲାଣ୍ଡ ବିପକ୍ଷରେ ଗର୍ଜିଲା ଦୀପକ ହୁଡ୍ଡାଙ୍କ ବ୍ୟାଟ୍, ୫୫ ବଲରେ ମାରିଲେ ଶତକ, ରୋହିତଙ୍କ କ୍ଲବରେ ସାମିଲ୍
28/06/2022 at 11:25 PM

ଡବଲିନ: ଭାରତୀୟ ଦଳର ଅଲରାଉଣ୍ଡର ଦୀପକ ହୁଡ୍ଡା କମାଲ କରିଛନ୍ତି। ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ରେ ଶତକ ାର୍ଜନ କରିଛନ୍ତି ହୁଡ୍ଡା। ଏଥିସହ ସେ ରୋହିତ ଶର୍ମା, କେଏଲ ରାହୁଲ ଏବଂ ସୁରେଶ ରୈନାଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି।
ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ମାମଲାରେ ପଛରେ ରହି ଯାଇଛନ୍ତି। କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏ ପର୍ଯ୍ୟନ୍ତ ଶତକ ହାସଲ କରି ପାରି ନାହାନ୍ତି। ଦୀପକ ହୁଡ୍ଡା ଏହି ଉପଲବ୍ଧି ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ରେ ହାସଲ କରିଛନ୍ତି।
CENTURY for Hooda 💥💥@HoodaOnFire brings up his first century for #TeamIndia in 55 deliveries.
— BCCI (@BCCI) June 28, 2022
Live – https://t.co/l5jcWYMcNk #IREvIND pic.twitter.com/Bify8rsmnF
ଦୀପକ ବିସ୍ଫୋରକ ବ୍ୟାଟିଂ କରି ୫୫ ବଲରୁ ଶତକ ପୂରଣ କରିଥିଲେ। ସେ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିବାରେ ଚତୁର୍ଥ ଭାରତୀୟ ଖେଳାଳି। ଦୀପକ ୨୭ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ରୋହିତ ଶର୍ମା, କେଏଲ ରାହୁଲ ଏବଂ ସୁରେଶ ରୈନା ଶତକ ଅର୍ଜନ କରି ସାରିଛନ୍ତି।
ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ଭାରତୀୟ
ରୋହିତ ଶର୍ମା- ୪
କେଏଲ ରାହୁଲ- ୨
ସୁରେଶ ରୈନା- ୧
ଦୀପକ ହୁଡ୍ଡା- ୧