ତୃତୀୟ ଟି-୨୦ରେ ଦୀପକ ହୁଡ୍ଡାଙ୍କୁ ମିଳିପାରେ ସୁଯୋଗ, ଏମିତି ହୋଇପାରେ ଭାରତର ଚୂଡାନ୍ତ ଏକାଦଶ

Published By : Prameya-News7 Bureau | July 10, 2022 IST

ନର୍ଟିଂହାମ: ନର୍ଟିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ମୁକାବିଲା ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ତା ଉପରେ ଏବେ ସଭିଙ୍କ ନଜର। ପ୍ରଥମ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଦୀପକ ହୁଡ୍ଡାଙ୍କୁ ଦ୍ଵିତୀୟ ମ୍ୟାଚରେ ଚୂଡାନ୍ତ ଏକାଦଶରେ ଦଳରୁ ବାଦ୍ ଦିଆଯାଇଥିଲା। ସେ ଆୟରଲାଣ୍ଡ ବିପକ୍ଷରେ ଶତକ ମାରି ନିଜର ଦମ୍ଭ ଦେଖାଇଥିଲେ।

ବିରାଟ କୋହଲିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବା କାରଣରୁ ଦୀପକ ହୁଡ୍ଡା ଦଳରୁ ବାଦ୍ ପଡିଛନ୍ତି। ହେଲେ ତୃତୀୟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ। କିନ୍ତୁ ଏହାର ସମ୍ଭାବନା କମ ଲାଗୁଛି। ଯଦି ଦୀପକ ହୁଡ୍ଡା ଖେଳନ୍ତି ତେବେ ତାଙ୍କୁ ମ୍ୟାଚ୍ ଫିନିଶ କରିବାକୁ ପଡିବ। ଏମିତି ହେଲେ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ତାଙ୍କୁ ସାମିଲ୍ କରାଯାଇପାରେ।

କିନ୍ତୁ ଦଳ ପ୍ରବନ୍ଧକ ଦିନେଶ କାର୍ତ୍ତିକଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହିଁବେ। ଯଦି ଦଳ ପ୍ରବନ୍ଧକ ଏମିତି ଚାହିଁବେ ନାହିଁ ତେବେ ହୁଡ୍ଡାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ହୋଇପାରେ ଆଜିର ମୁକାବିଲାରେ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ  ହୋଇନପାରେ। ଇଂଲଣ୍ଡ ଦଳ ମଧ୍ୟ ବିନା ପରିବର୍ତ୍ତନରେ ପଡିଆକୁ ଓହ୍ଲାଇପାରେ। ଦ୍ଵିତୀୟ ଟି-୨୦ରେ ଅଧିନାୟକ ଜୋସ୍ ବଟଲର ଦୁଇଟି ପରିବର୍ତ୍ତନ କରିଥିଲେ। ଉକ୍ତ ଦଳ ମଧ୍ୟ ତୃତୀୟ ମୁକାବିଲା ଖେଳି ପାରନ୍ତି।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ),  ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ/ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା ଏବଂ ୟୁଜବେନ୍ଦ୍ର ଚହଲ।

ଇଂଲଣ୍ଡର ସମ୍ଭାବିତ ଚୂଡାନ୍ତ ଏକାଦଶ

ଜାସନ ରୟ, ଜୋସ ବଟଲର(ଅଧିନାୟକ/ଓ୍ଵିକେଟ୍ କିପର), ଡେଭିଡ୍ ମଲାନ, ଲିୟାମ ଲିଭିଙ୍ଗଷ୍ଟୋନ, ହେରି ବ୍ରୁକ, ମୋଇନ ଅଲ୍ଲୀ, ସାମ କୁରନ, ଡେଭିଡ୍ ଓ୍ଵିଲି, କ୍ରିସ୍ ଜୋର୍ଡାନ, ରିଚାର୍ଡ ଗ୍ଲିସନ ଏବଂ ମେଥ୍ୟୁ ପାର୍କିଂସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.