ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଠକେଇର ଶିକାର ହେଲେ ଚହରଙ୍କ ପତ୍ନୀ ଜୟା, ଟଙ୍କା ମାଗିବାରୁ ମିଳୁଛି ହତ୍ୟା ଧମକ

4/02/2023 at 8:57 AM

ନୂଆଦିଲ୍ଳୀ ୦୪।୦୨: ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଦୀପକ ଚହର। ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଦୀପକ ମଧ୍ୟ ଭାରତୀୟ ଦଳର ଜଣେ ପରିଚିତ ଚେହେରା। ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ସହିତ ସେ ତାଙ୍କ ଦଳକୁ ଅନେକ ବିଜୟରେ ଆଗେଇ ନେଇଛନ୍ତି । ଫିଟନେସ୍ ଏବଂ ଆଘାତ ଜନିତ ସମସ୍ୟା ହେତୁ ସେ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି, କିନ୍ତୁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି।  ବର୍ତ୍ତମାନ ତାଙ୍କ ସହ ଏବଂ ପତ୍ନୀ ଜୟାଙ୍କ ସହ ଠକେଇ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ମ୍ୟାନେଜର ଏବଂ ତାଙ୍କ ପୁଅ ଜୟାଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଦୀପକଙ୍କ ବାପାଙ୍କ ଅଭିଯୋଗ ଉପରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ, ଜୟା ଏକ ବ୍ୟବସାୟ ସଂପର୍କରେ ୧୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପଚାରିବାରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି।

ଖବର ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ମ୍ୟାନେଜର ତଥା ତାଙ୍କ ପୁଅ ଦୀପକଙ୍କ ପତ୍ନୀ ଜୟାଙ୍କୁ ୧୦ ଲକ୍ଷ ଟଙ୍କା ଠକିଛନ୍ତି। ପ୍ରକୃତରେ ଜୟା ତାଙ୍କୁ ବ୍ୟବସାୟିକ ପାର୍ଟନର କରିବା ପାଇଁ ଟଙ୍କା ଦେଇଥିଲେ । ଏହି ଏଗ୍ରିମେଣ୍ଟ ପାଇଁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା । କିନ୍ତୁ ଏହା ନହୋଇଥିବାରୁ  ଟଙ୍କା ମାଗିବାରୁ ଧମକ ଦିଆଯାଉଥିଲା । ଅଭିଯୋଗ ହୋଇଛି ଯେ ଆସୋସିଏସନର ପୂର୍ବତନ ମ୍ୟାନେଜରଙ୍କ ପୁଅ ଧମକ ଦେଇଛନ୍ତି ଏବଂ ମ୍ୟାନେଜର ମଧ୍ୟ ଜଣେ ପୂର୍ବତନ ଭାରତୀୟ କୋଚ୍‌ ହେବାର ଭୟ ଦେଖାଇଛନ୍ତି। ଦୀପକ ଚହରଙ୍କ ପିତାଙ୍କ ଅଭିଯୋଗରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଉଲ୍ଲେଖନୀୟ କଥା ହେଉଛି, ଦୀପକ ଚହରଙ୍କ ପରିବାର ଆଗ୍ରା ରେ ରୁହନ୍ତି । ଗତ ବର୍ଷ ଜୁନ୍ ୧ରେ ଦୀପକ ଏବଂ ଜୟା ବିବାହ କରିଥିଲେ। ଘନିଷ୍ଠ ସମ୍ପର୍କୀୟଙ୍କ ସହ ଅନେକ ବନ୍ଧୁ ମଧ୍ୟ ଏହି ଦୁଇଜଣଙ୍କ ବିବାହରେ ପହଞ୍ଚିଥିଲେ । ଏହି ଦୁଇଜଣଙ୍କର ବିବାହ ବହୁତ ଲୋକପ୍ରିୟ ଥିଲା ।ଦୀପକ ଏବଂ ଜୟା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିଥିଲେ ।

   Related Posts