ଗଭୀର ଅବପାତ ରୂପ ନେଲା ଲଘୁଚାପ, ୬ ଘଣ୍ଟାରେ ୧୮ କିମି ବେଗରେ ଗତି କରୁଛି

Published By : Prameya-News7 Bureau | November 16, 2023 IST

ଭୁବନେଶ୍ୱର ୧୬/୧୧: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । ଗତ ୬ ଘଣ୍ଟାରେ ୧୮ କିମି ବେଗରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦକ୍ଷିଣ ପୂର୍ବ ପୂବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ସୃଷ୍ଟି ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଥିଲା ।

୧୬ ତାରିଖରେ ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି । ପରେ ଏହା ଦିଗ ବଦଳାଇ ଓଡ଼ିଶା ଉପକୂଳକୁ ମୁହାଁଇବ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାବି ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଉପକୂଳରେ ବି ବର୍ଷା ହେବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ ପୁ , ଜଗତସିଂ ହପୁରପୁ , କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

wp:embed {"url":"https://www.prameyanews7.com/low-pressure-area-formed-in-bay-of-bengal-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/low-pressure-area-formed-in-bay-of-bengal-2/
/wp:embed

ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ ୧୮ ତାରିଖରି ଯାଏ ଓଡ଼ିଶା ଉପକୂଳ ଆଖପାଖ ସାମୁଦ୍ରିକ ଅଞ୍ଚଳ ଅତ୍ୟଧିକ ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.