Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସମ୍ଭାବ୍ୟ ବାତ୍ୟା ଅପଡେଟ୍ : ଗୋପାଳପୁରରୁ ୪୭୦ ଏବଂ କଳିଙ୍ଗପଟ୍ଟନମ୍‌ଠାରୁ ୫୪୦ କି.ମି. ଦୂରରେ ଗଭୀର ଅବପାତ

25/09/2021 at 1:43 PM

ନୂଆଦିଲ୍ଲୀ ୨୫।୯: ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଶନିବାର ସକାଳେ ଗଭୀର ଅବପତ ରୂପ ନେଇ ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଏହା ଗୋପାଳପୁରରୁ ୪୭୦ କି.ମି. ଏବଂ କଳିଙ୍ଗପଟ୍ଟନମ୍ ଠାରୁ ୫୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ।

ଏହା ପୂର୍ବଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୬ ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ୍ ଏବଂ ଗୋପାଳପୁର ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଶନିବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୨୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫କି.ମି. ଏବଂ ୨୬ ତାରିଖରେ ୭୫ରୁ ୮୫ ଓ ୯୫ କି.ମି. ରହିବାର ସମ୍ଭାବନା ରହିଛି ।

ଏହି ସମୟରେ ଗଛ ଉପୁଡ଼ିବାର ସମ୍ଭାବନା ରହିଛି । ଏହାସହ ଚାଷ ଜମି କ୍ଷତି ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷ ଆଶଙ୍କା କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୨୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା । କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ।

   Related Posts