କେ.ଏଲ ରାହୁଲ-ଆଥିଆ ଶେଟ୍ଟୀଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ସାମ୍ନାକୁ ଆସିଲା ଡେକୋରେସନ ଭିଡିଓ

Published By : Prameya-News7 Bureau | January 18, 2023 IST

ମୁମ୍ଵାଇ ୧୮।୦୧: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ। ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେମାନଙ୍କ ବିବାହ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହେବେ ।

wp:html
/wp:html

ଆଥିଆ ଏବଂ କେ.ଏଲ୍ ରାହୁଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ଏଭଳି ପରିସ୍ଥିତିରେ ସୁନୀଲ ଶେଟ୍ଟୀ ଏପର୍ଯ୍ୟନ୍ତ ବିବାହକୁ ନେଇ ନୀରବ ରହିଛନ୍ତି। କିନ୍ତୁ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଜଣାପଡୁଛି କି ଏହି କପଲ ଖୁବ୍ ଶୀଘ୍ର ସାତ ଫେରା ନେବେ। ଖବର ଅନୁଯାୟୀ ସେଠାରେ ଏକ ୧୭ ବର୍ଷ ପୁରୁଣା ଫାର୍ମହାଉସ୍ ଅଛି। ଉଭୟ ଖଣ୍ଡାଲାରେ ବିବାହ କରିବେ। ବିବାହର ସମସ୍ତ ରୀତି ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଆଥିଆ ଏବଂ କେ.ଏଲ୍ ମଧ୍ୟ ବିବାହ ପାଇଁ ଏକ ଫାଇପ୍‌ ଷ୍ଟାର ରିସର୍ଟ ବୁକ୍ କରିଛନ୍ତି। ବିବାହରେ କେବଳ ଘନିଷ୍ଠବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ। ପରେ ସେ ଗ୍ରାଣ୍ଡ ରିସେପସନ ଦେବେ।

wp:html
/wp:html

ଭାଇରାଲ ହେଉଥିବା ଭିଡିଓରେ ଅନେକ ଲାଇଟ୍ ଏବଂ ଲ୍ୟାମ୍ପ ଝଲସି ଉଠୁଥିବା ଦେଖାଯାଉଛି। ଅନେକ ଲୋକ ସାଜସଜାରେ ବ୍ୟସ୍ତ ଅଛନ୍ତି। ସମଗ୍ର କୋଠାକୁ ଆଲୋକିତ କରିବାକୁ ପ୍ରସ୍ତୁତି ଚାଲିଛି । ତେବେ ଭିଡିଓଟି ପାଲି ହିଲ ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ଉଭୟଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ବଡ ବିବାହ ହେବ। ବଲିଉଡର ସମସ୍ତ ସେଲିବ୍ରେଟଙ୍କ ଏକ ସମାବେଶ ଅଛି ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.