ଭାରତ ସହିତ ଆମେରିକାରେ ବି ପାଳିତ ହେଉଛି  ଦିପାବଳୀ, ନ୍ୟୁୟର୍କରେ ସ୍କୁଲ ଛୁଟି , ଆଲୋକର ପର୍ବକୁ ଲୋକେ ପାଳୁଛନ୍ତି ଏପରି

Published By : Prameya-News7 Bureau | November 12, 2023 IST

ନ୍ୟୁୟର୍କ ୧୨।୧୧: ସାରା ଦେଶରେ ରବିବାର ଦିପାବଳୀ ପାଳିତ ହେଉଛି। ଚଳିତବର୍ଷ ଆମେରିକାରେ ବି ଏହି ପର୍ବର ଉତ୍ସାହ ଦେଖାଯାଉଛି। ଆମେରିକାରେ ହେଲୱିନ ପରେ ଦିପାବଳୀ ପାଳିତ ହୋଇଥାଏ। ଗତ କିଛି ବର୍ଷ ହେଲା ଆମେରିକୀୟ ଦିପାବଳୀକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି। କାଲିଫର୍ଣ୍ଣିୟାର ଡିଜନୀ ଲ୍ୟାଣ୍ଡ ହେଉ କି ନ୍ୟୁୟର୍କର ଟାଇମ ସ୍କୋୟାର ଏବେ ସବୁ ସ୍ଥାନରେ ଦିପାବଳୀର ମାହୋଲ। କେବଳ ଏତିକି ନୁହେଁ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍‌ରେ ମଧ୍ୟ ଦିପାବଳୀ ପାଳିତ ହେଉଛି।

ନ୍ୟୁୟର୍କ ମେୟର ଏରିକ୍ ଏଡମ୍ସ ଗତ ଜୁନରେ ଦିପାବଳୀରେ ନ୍ୟୁୟର୍କ ସ୍କୁଲ ସବୁ ଛୁଟି ରହିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଏଥର ଦିପାବଳୀରେ ନ୍ୟୁୟର୍କର ସ୍କୁଲ ସବୁ ବନ୍ଦ ରହିଛି। ଦିପାବଳୀରେ ନ୍ୟୁୟର୍କର ସ୍କୁଲ ଛୁଟି ରହିବା ପ୍ରଥମ ଥର। ଏହା ଭାରତୀୟଙ୍କୁ ଉତ୍ସାହୀତ କରିବ ବୋଲି ମେୟର ଏରିକ୍ ଆଡମ୍ସ କହିଛନ୍ତି। ତେବେ ଦିପାବଳୀରେ ସ୍କୁଲ ଛୁଟି ହେଉ ଏଥି ଲାଗି କମ୍ୟୁନିଟି ଦୀର୍ଘ ବର୍ଷରୁ ଦାବି କରିଆସୁଥିଲା। ତେବେ ଚଳିତ ବର୍ଷ ପ୍ରଥମ ଥର ଛୁଟି ଘୋଷଣା ହୋଇଥିବା ବେଳେ କମ୍ୟୁନିଟି ଖୁସି ବ୍ୟକ୍ତ କରିଛି।

wp:html /wp:html

ତେବେ ହେଲୋୱିନ୍‌ରେ ଦିପାବଳୀ ଏତେଟା ଉତ୍ସାହ ପ୍ରଦ ହୋଇ ନପାରେ ବୋଲି କାଲିଫର୍ଣ୍ଣିୟା ୟୁନିଭର୍ସିଟିରେ ପଢୁଥିବା ଭାରତୀୟ ଛାତ୍ରୀ କାଜରୀ ଶାହ କହିଛନ୍ତି। ସେ କହିଛନ୍ତି ଯେ ଦେଶର କିଛି ଅଂଶରେ ହେଲୋୱିନ ଉତ୍ସବ କାରଣରୁ ଦିପାବଳୀ ଫିକା ପଡିପାରେ। କୌଣସି ଅନ୍ୟ ଦେଶରେ ପାର୍ବଣ କାଳରେ ନିଜ ଦେଶ ପରି ଅନୁଭବ ପାଇବା ଅସମ୍ଭବ ବୋଲି କହିଛନ୍ତି କଜରୀ। ତେବେ ଲୋକେ ଏଠାରେ କିଛି ଲୋକେ   ଭାରତୀୟଙ୍କ ପରି ଦିପାବଳୀ ପାଳନ କରୁଥିବା ସେ କହିଛନ୍ତି।

ନ୍ୟୁୟର୍କର ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୧୦ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏବେ ନ୍ୟୁୟର୍କ ସ୍କୁଲ କ୍ୟାଲେଣ୍ଡରରେ ଦିପାବଳୀ ଛୁଟି ସ୍ଥାନ ପାଇବ। ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀ ଦିପାବଳୀ ପାଳନ କରିବା ନିଜ ସଂସ୍କୃତି ସହିତ ସଂଯୁକ୍ତ ରହିବା। ଦିପାବଳୀ ହିଁ ଏପରି ଏକ ଉତ୍ସବ ଯାହା ଲୋକଙ୍କୁ ସଂଯୁକ୍ତ କରିପାରୁଛି। ଖାସ ଏହି କାରଣରୁ ଦିପାବଳୀକୁ ଆମେରିକାରେ ଗୁରୁତ୍ୱ ଦିଆଯାଉଛି ।  

ଭାରତର ‘ମିନି ଜାପାନ’, କେଉଁଠି ରହିଛି ଜାଣନ୍ତୁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.