AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ପୁରୀ ଫେରିବ କୋହିନୂର ହୀରା ! ବଦଳିପାରେ ନିଷ୍ପତ୍ତି

12/09/2022 at 8:25 AM

ପୁରୀ ୧୨/୦୯:ପଞ୍ଜାବ ମହାରାଜା ରଣଜିତ ସିଂହ ମହାପ୍ରଭୁଙ୍କୁ ଦାନ କରିଥିବା କୋହିନୂର ହୀରା ଫେରାଇବାକୁ ବିଟିଶ ମହାରାଣୀଙ୍କୁ ୨୦୧୬ରେ କେତେକ ଅନୁଷ୍ଠାନ ଚିଠି ଲେଖିଥିଲେ । ସେତେବେଳେ ବିଟ୍ରିଶ ପ୍ରଶାସନ ପକ୍ଷରୁ ଏହାର ଉତ୍ତରରେ ଏକ ଚିଠି ଆସିଥିଲା । ଚିଠିରେ ଲେଖାଥିଲା, ମହାରଣୀ ଚାହିଁଲେ ଏହି ହୀରାକୁ ଫେରାଇ ପାରିବେ ନାହିଁ । ବ୍ରିଟେନ୍‌ ପାର୍ଲାମେଣ୍ଟ ଏହି ହୀରା ନେଇ ନିଷ୍ପତ୍ତି ନେଇ ପାରିବ ।

ଏବେ ମହାରାଣୀଙ୍କ ଦେହାନ୍ତ ପରେ ଯୁବରାଜ ଚାର୍ଲସ ବିଟ୍ରେନର ମହାରାଜା ଦାୟିତ୍ୱ ନେଇଛନ୍ତି । ତେଣୁ ଚାର୍ଲସଙ୍କୁ ଅନୁରୋଧ କରାଯିବା ଲାଗି ମତ ପ୍ରକାଶ ପାଉଛି । ମହାରାଜା ଚାର୍ଲସଙ୍କୁ ପୁଣି ଥରେ ଦାନ ହୀରାକୁ ମହାପ୍ରଭୁଙ୍କୁ ଫେରାଇବାକୁ ଚିଠି କରାଯିବା ସହ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ହୀରା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଗବେଷକ ଓ ଶ୍ରୀମନ୍ଦିର ସେବାୟତ ।

ଏହି ପୃଷ୍ଠଭୂମିରେ ବର୍ତ୍ତମାନ ଆମ ସରକାର ୨୦୧୬ ଅକ୍ଟୋବର ମାସ ୧୯ ତାରିଖରେ ବକିଂହାମ ପ୍ୟାଲେସ ଲେଖିଥିବା ଚିଠିର ନିଷ୍ପତ୍ତିକୁ ବଦଳାଇବା ଏବଂ ବ୍ରିଟେନ୍‌ ସରକାରଙ୍କୁ ହୀରା ଫେରାଇବାକୁ ଚିଠି ଲେଖିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତ, ଐତିହାସିକମାନେ ଦାବି କରିଛନ୍ତି ।

   Related Posts