ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ଉଦ୍ଧବଙ୍କ ଘୋଷଣା; କହିଲେ ‘ପୂର୍ବରୁ ମଧ୍ୟ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇଛୁ’…
12/07/2022 at 7:56 PM

ମୁମ୍ୱାଇ ୧୨/୦୭: ମହାରାଷ୍ଟ୍ରରେ ସରକାର ଧରାସାୟୀ ହେବା ଓ ବିଧାୟକମାନଙ୍କର ବିଦ୍ରୋହର ଶୀକାର ହେବାପରେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଭବିଷ୍ୟତ ସମ୍ଭାବିତ ସଙ୍କଟରୁ ବଞ୍ଚିବାପାଇଁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ଦଳର ସାଂସଦମାନଙ୍କ ସହିତ ବୈଠକ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆମେ କୌଣସି ଚାପରେ ଏହି ନିଷ୍ପତ୍ତି ନେଇନୁ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଆମେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇଛୁ ବୋଲି ଉଦ୍ଧବ କହିଛନ୍ତି।
ଶିସେନା ଶେଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି।
ଦ୍ରୌପଦୀଙ୍କୁ ଦଳର ସମର୍ଥନ ରହିବ ବୋଲି ଘୋଷଣା କରିବା ସମୟରେ ଉଦ୍ଧବ କହିଛନ୍ତି ଏହି ଫୈସଲା ନେବାପାଇଁ ମୋ ଉପରେ କୌଣସି ଚାପ ପକାଯାଇନାହିଁ। ସେ କହିଛନ୍ତି ଆମେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ଉପରେ ସ୍ୱାଧୀନ ନିର୍ଣ୍ଣୟ ନେଇଛୁ। ସେ ଆହୁରି କହିଛନ୍ତି ଆମ ଶିବସେନାର ବିଧାୟକମାନଙ୍କ ସହିତ କିଛି ଆଦିବାସୀ ନେତାମାନେ ମଧ୍ୟ ମୋତେ ସାକ୍ଷାତ କରି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ।
ସୂଚନାଥାଉକି, ଏହାପୂର୍ବରୁ ଶିବସେନା ମହାବିକାସ ଅଗାଡ଼ି ମେଣ୍ଟ ଅଧୀନରେ ବିରୋଧିଦଳ ରାଷ୍ଟ୍ରପତି ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଧାୟକମମାନଙ୍କର ବିଦ୍ରୋହ ପରେ ସାଂସଦମାନଙ୍କ ଅରାଜି ସାମ୍ନାକୁ ଆସିବା ପରେ ଉଦ୍ଧବ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସୂଚନା ଅନୁସାରେ, ଉଦ୍ଧବ ଦଳୀୟ ସାଂସଦମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଯେଉଁଥିରେ ୧୮ ଜଣରୁ ୧୩ ସାଂସଦ ଉପସ୍ଥିତ ଥିଲେ। ବିଶେଷ ସୂତ୍ର ଅନୁସାରେ ଜଣାପଡ଼ିଛିଯେ ସାଂସଦମାନେ ବୈଠକକୁ ନଆସି ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନଦେଇ ଉଦ୍ଧବ ନୂଆ ସମସ୍ୟା କରିବାକୁ ଯାଉଛନ୍ତି