କେନ୍ଦ୍ର ଅର୍ଡିନାନ୍ସକୁ ନେଇ ଆମ ଆଦମୀ ପାର୍ଟି ପ୍ରଶ୍ନର ଉତ୍ତର ଦେଲା କଂଗ୍ରେସ, ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ହେବ ନିଷ୍ପତ୍ତି

Published By : Prameya-News7 Bureau | June 23, 2023 IST

ପାଟନା: ଆଜି(ଜୁନ ୨୩) ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ବିରୋଧୀଙ୍କ ମହାମେଣ୍ଟ ପାଇଁ ବୈଠକ ହୋଇଛି। ବୈଠକରେ କଂଗ୍ରେସ, ଟିଏମ୍‌ସି, ଜେଡିୟୁ, ଆର୍‌ଜେଡି ଓ ଆପ୍ ଭଳି ବିରୋଧୀ ଦଳର ନେତାମାନେ ସାମିଲ୍ ହୋଇଛନ୍ତି। ତେବେ କେନ୍ଦ୍ରରେ ଅର୍ଡିନାନ୍ସ ବିରୋଧରେ ଗତକାଲି କଂଗ୍ରେସର ସମର୍ଥନ ପାଇଁ ଅଲ୍‌ଟିମେଟମ ଦେଇଥିଲା ଆପ୍। ଯଦି କଂଗ୍ରେସ ଆର୍ଡିନାନ୍ସ ବିରୋଧରେ ଆପ୍‌କୁ ସମର୍ଥନ ନ କରେ ତେବେ ଦଳ ବିରୋଧୀଙ୍କ ବୈଠକରେ ଯୋଗ ଦେବ ନାହିଁ ବୋଲି କହିଥିଲା।

ଆଜି ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିହାରରେ ପହଞ୍ଚିବା ପରେ ଆପ୍‌ ପ୍ରଶ୍ନର ଉତ୍ତର ରଖିଛନ୍ତି। ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଘଟଣାର ବିଚାର ହେବ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି।

ପଢ଼ନ୍ତୁ -ବିରୋଧୀ ବୈଠକରେ ଯୋଗ ଦେବନି ଆପ୍ ! ଯଦି କଂଗ୍ରେସ…

ଶ୍ରୀ ଖଡଗେ କହିଛନ୍ତି “ଏହାକୁ ବିରୋଧ କରିବା କିମ୍ବା ପ୍ରସ୍ତାବ ଦେବା ବାହାରେ ହୁଏ ନାହିଁ, ସଂସଦରେ ହୁଏ। କେଉଁ ପ୍ରସଙ୍ଗରେ ଏକାଠି ହୋଇ କାମ କରିବେ ତାହା ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ଦଳ ନିଷ୍ପତ୍ତି ନିଅନ୍ତି। ସେମାନେ (ଆପ) ବି ଏହା ଜାଣେ। ଏବଂ ସେମାନଙ୍କର ନେତାମାନେ ମଧ୍ୟ ଆମର ସର୍ବଦଳୀୟ  ବୈଠକରକୁ ଆସିଛନ୍ତି। ତେବେ ବାହାରେ ଏବିଷୟରେ କାହିଁକି ଏତେ ପ୍ରଚାର ହେଉଛି ମୁଁ ଜାଣେ ନାହିଁ।”

ଖଡ଼ଗେ ଆହୁରି କହିଛନ୍ତି  କ’ଣ ବିରୋଧ କରିବେ ଏବଂ କ’ଣ ଗ୍ରହଣ କରିବେ ସେନେଇ ପ୍ରାୟ ୧୮-୨୦ ଦଳ ଏକାଠି ନିଷ୍ପତ୍ତି ନିଅନ୍ତି। ତେଣୁ ବର୍ତ୍ତମାନ କିଛି କହିବା ପରିବର୍ତ୍ତେ ସଂସଦ ଆରମ୍ଭ ହେବା ପୂର୍ବରୁ ଆମେ ନିଷ୍ପତ୍ତି ନେବୁ ବୋଲି କଂଗ୍ରେସ ମୁଖ୍ୟ କହିଛନ୍ତି। ସୁପ୍ରିମକୋର୍ଟ ସରକାରୀ କର୍ମଚାରୀଙ୍କ ବଦଳି ଅଧିକାର ଦିଲ୍ଲୀ ସରକାରଙ୍କୁ ଦେବା ପରେ ମେ ୧୯ ତାରିଖରେ ଏହି ଅର୍ଡିନାନ୍ସ ଆଣିଥିଲେ କେନ୍ଦ୍ର ସରକାର। କେନ୍ଦ୍ରର ଏହି ଆଇନ ବିରୋଧରେ ଆପ୍‌ ବର୍ତ୍ତମାନ ଦେଶରେ ସବୁ ବିରୋଧୀ ଦଳର ସହାୟତା ଲୋଡ଼ିଛି। ବିଭିନ୍ନ ରାଜ୍ୟକୁ ଯାଇ ବିରୋଧୀ ଦଳର ନେତାମାନଙ୍କୁ ଭେଟିଛନ୍ତି କେଜରିୱାଲ୍।

ପଢ଼ନ୍ତୁ-ଆଜିର ବୈଠକରେ ବାହାରିଲାନି ନିଷ୍କର୍ଶ; ଶିମ୍‌ଲାରେ ହେବ ପରବର୍ତି ବୈଠକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.