ଡିସେମ୍ବରରେ କରି ଦିଅନ୍ତୁ ଏହି ୪ଟି ଜରୁରି କାମ, ନଚେତ ପଛରେ ଭାବିବାକୁ ପଡିବ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ ୩।୧୨:  ବର୍ଷର ଏବେ ଶେଷ ମାସ ଡିସେମ୍ବର ଚାଲୁଛି। ଏଣୁ ଅର୍ଥ ସମ୍ପର୍କିତ କାମ ଲାଗି ସମୟ ମାସ ସହ ସରି ସରି ଆସୁଛି। ଏମିତିରେ ଡିସେମ୍ବର କେତେକ ଆର୍ଥିକ ପ୍ରସଙ୍ଗରେ ଡେଡଲାଇନର ମାସ ହୋଇଥାଏ। ଏଣୁ ୩୧ ଡିସେମ୍ବର ପୂର୍ବରୁ ଏହି ସବୁ କାମ ଶେଷ କରି ଦିଅନ୍ତୁ। ଏଥିରେ ମ୍ୟୁଚୁଆଲ ଫଣ୍ଡ ନୋମିନି ଡେଡଲାଇନ, ଏସବିଆଇ ଅମୃତ କଳଶ ନିବେଶ ନିମନ୍ତେ ଶେଷ ତାରିଖ, ବ୍ୟାଙ୍କ ଲକର ଏମଓୟୁ ପରି କାମ ଲାଗି ମଧ୍ୟ ଏହା ଶେଷ ମାସ।

{"id":878072,"width":839,"height":473,"sizeSlug":"full","linkDestination":"none"}

୧.ବ୍ୟାଙ୍କ ଲକର ଏଗ୍ରିମେଣ୍ଟ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କମାନଙ୍କ ନିମନ୍ତେ ସେମାନଙ୍କ ଗ୍ରାହକଙ୍କ ସହ ରିଭାଇଜ ଲକର ଏଗ୍ରିମେଣ୍ଟରେ ସ୍ୱାକ୍ଷର କରିବାକୁ କହିଛନ୍ତି। ଯାହାର ପ୍ରଥମ ପର୍ଯ୍ୟାୟ ସମୟ ସୀମା ୩୧ ଡିସେମ୍ବରରେ ଶେଷ ହେଉଛି। ନୂଆ ଲକର ବୁଝାମଣାରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ, ଯେମିତି କି ଅଧିକ କ୍ଷତିପୂରଣ ନିମନ୍ତେ ସୀମା ଆଦି ସମ୍ପର୍କିତ ନିୟମ ଅଛି।

{"id":878073,"sizeSlug":"full","linkDestination":"none"}

୨.ଆଧାର ଅପଡେଟ ଲାଗି ସମୟ ସୀମା
ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ନିଶୁଳ୍କ ଆଧାର ଅପଡେଟ୍ ସମୟ ସୀମା ୩୧ ଡିସେମ୍ବର ୨୦୨୩ ଧାର୍ଯ୍ୟ କରିଛନ୍ତି। ଏହାର ଅର୍ଥ ଆପଣ ବି ଆପଣଙ୍କ ଆଧାର କାର୍ଡକୁ ଠିକଣା, ଫୋନ ନମ୍ବର ଓ ଇ-ମେଲ ସହିତ ଅପଡେଟ କରିପାରିବେ। ୩୧ ଡିସେମ୍ବର ୨୦୨୩ ପରେ ଆପଣଙ୍କୁ ଆଧାର ଅପଡେଟ୍ ପାଇଁ ଶୁଳ୍କ ଦେବାକୁ ହେବ।

{"id":878075,"width":840,"height":473,"sizeSlug":"full","linkDestination":"none"}

୩.ସ୍ପେଶାଲ ଫିକ୍ସଡିପୋଜିଟ୍
ଏସବିଆଇ, ଇଣ୍ଡିଆନ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ ସେମାନଙ୍କର କେତେକ ଫିକ୍ସଡିପୋଜିଟ ଯୋଜନା ଚଳାଇଛନ୍ତି, ଯାହାର ଡେଡଲାଇଁ ୩୧ ଡିସେମ୍ବର ୨୦୨୩ ରହିଛି। ଏଥିରେ ଏସବିଆଇଙ୍କ ଅମୃତ କଳଶ ଯୋଜନା, ଇଣ୍ଡିଆନ ବ୍ୟାଙ୍କର ଇଣ୍ଡସୁପର ୪୦୦ ଓ ଇଣ୍ଡ ସୁପର ୩୦୦ଡେଜ୍ ଫିକ୍ସ ଡିପେଜିଟ ଆଦି ରହିଛି।

{"id":878076,"width":840,"height":629,"sizeSlug":"full","linkDestination":"none"}

୪.ଡିମାଟ୍ ଆକାଉଣ୍ଟ ନିମନ୍ତେ ନୋମିନି
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଡିମାଟ ଆକାଉଣ୍ଟ ନିମନ୍ତେ ନୋମିନି ଫର୍ମ ଜମା କରିବାର ତାରିଖ ସମୟ ସୀମା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏଣୁ ଡିମାଟ ଆକାଉଣ୍ଟର ନୋମିନି ଫର୍ମ ୩୧ ଡିସେମ୍ବର ସୁଦ୍ଧା ଫାଇଲ କରିବା ଜରୁରି। ନଚତେ ଏହା ପରେ ଆକାଉଣ୍ଟକୁ ଅଚଳ କରିଦିଆଯିବ।   

ଦେଶରେ ବଢ଼ି ପାରେ ଅଟା ଓ ଡାଲି ଦର, ଜାଣନ୍ତୁ କାହିଁକି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.