ନୂଆଦିଲ୍ଲୀ ୨୦ ।୧୨: ଦିନକ ପରେ ଡିସେମ୍ବର ୨୨, ତେବେ ବର୍ଷର ଏହି ଦିନଟି ସବୁଠୁ ଛୋଟ ଦିନ ହେବ। କାରଣ ଏହି ଦିନ ସୂର୍ଯ୍ୟ ତାଙ୍କର ଦକ୍ଷିଣତମ ବିନ୍ଦୁ ଉପରେ ଅବସ୍ଥାନ କରୁଥିବା ବେଳେ ଦିଗ୍ବଳୟର ନିମ୍ନ ପ୍ରଦେଶରେ ଦୃଶ୍ୟମାନ ହେବେ। ଏହାକୁ ସୂର୍ଯ୍ୟଙ୍କ ଅୟନାନ୍ତ ବା ଇଂରାଜୀରେ 'ୱିଣ୍ଟର ସୋଲଷ୍ଟେସ୍' କୁହାଯାଏ। ତେବେ ୨୨ ଡିସେମ୍ବର ଦିନ ଛୋଟ ହୋଇଥିଲେ ହେଁ ରାତି ଖୁବ୍ ଦୀର୍ଘ ହେବ। ଏହି ଦିନରୁ ଶିଶିର ଋତୁର ଆରମ୍ଭ ସହ ଦେଶରେ ଶୀତର ପ୍ରକୋପ ବି ବଢିବ।
{"id":200169,"sizeSlug":"large"}ଡିସେମ୍ବର ୨୨ ତାରିଖ ଦିନ ଦେଶର ବିଭିନ୍ନ ସ୍ଥାନରେ ଦିନର ଦୈର୍ଘ୍ୟ ଭିନ୍ନ ଭିନ୍ନ ରହିବ। କେଉଁଠି ଦିନ ୧୦ଘଣ୍ଟା ୩୭ ସେକେଣ୍ଡର ହେବ ତ କେଉଁଠି ୮ ଘଣ୍ଟା ପରେ ସୂର୍ଯ୍ୟ ଅସ୍ତାଚଳରେ ଦୃଶ୍ୟମାନ ହେଉଥିବେ। ଡିସେମ୍ବର ୨୨ରେ ସୂର୍ଯ୍ୟଙ୍କର ଉତ୍ତରାୟଣ ହେବ। ଏଣୁ ସୂର୍ଯ୍ୟ ଏହି ଦିନ ମକର ରେଖାରେ ଲମ୍ବବତ୍ ରହୁଥିବା ବେଳେ କର୍କଟ ରେଖାକୁ ତେର୍ଛା ସ୍ପଷ୍ଟ କରିବେ। ଏଣୁ ସୂର୍ଯ୍ୟ ଖୁବ୍ ଶୀଘ୍ର ଅସ୍ତ ହେଉଥିବାରୁ ଦିନ ଛୋଟ ହୋଇଥାଏ।
{"id":200170,"sizeSlug":"large"}ତେବେ ଡିସେମ୍ବର ୨୩ରୁ ପୁଣି ଦିନର ଅବଧି ଧିରେ ଧିରେ ବଢିବାକୁ ଲାଗିବ। କ୍ରମଶଃ ଦିନ ବଢି ବଢି ମାର୍ଚ୍ଚ ୨୧ରେ ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା ଲେଖାଏଁ ହେବ। ତେବେ ଡିସେମ୍ବର ୨୨ରୁ ଦେଶରେ ଶିଶିର ଋତୁ ପ୍ରାରମ୍ଭ ହେଉଥିବାରୁ ବିଭିନ୍ନ ସ୍ଥାନରେ ଶୀତ ଲହରୀ ଚାଲିବା ଆରମ୍ଭ ହେବ। ଏଣୁ ଶୀତ ପ୍ରଧାନ ପ୍ରଦେଶରେ ଶୀତର ପ୍ରକୋପ ବଢିବା ସହ କେଉଁଠି କେଉଁଠି ତାପମାତ୍ରା ବିଯୁକ୍ତ ବି ହେବ।