ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଗୁରମିତ୍-ଦେବିନା ରିଭିଲ୍‌ କଲେ ଦ୍ଵିତୀୟ ଝିଅର ଫଟୋ, ୟୁଜର୍ସ କହିଲେ- ପୁରା ଏକ ପରି…

4/02/2023 at 1:11 PM

ମୁମ୍ଵାଇ ୦୪।୦୨: ଟେଲି ଦୁନିଆର ଜଣାଶୁଣା କପଲ ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ । ସେମାନଙ୍କ ପ୍ରଶଂସକଙ୍କ ସହ ତାଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ ଝଲକ ସେୟାର କରୁଥିବାର ଦେଖିବାକୁ ମିଳୁଛି । ନିକଟରେ ସେ ତାଙ୍କର ଦ୍ୱିତୀୟ ଝିଅ ଦିବିଶାଙ୍କ ଚେହେରା ରିଭିଲ୍‌ କରିଛନ୍ତି। ବର୍ତ୍ତମାନ କପଲ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି।  ଯାହ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଦୀର୍ଘ ଦିନର ଡେଟିଂ ପରେ ୨୦୧୧ରେ ଦେବିନା ବାନାର୍ଜି ଏବଂ ଗୁରୁମିତ ଚୌଧୁରୀ ବିବାହ କରିଥିଲେ। ଏପ୍ରିଲ୍ ୨୦୨୨ରେ ପ୍ରଥମ ସନ୍ତାନର ପିତାମାତା ହେଲେ । ଯାହାର ନାମ ସେମାନେ ଲିଆନା ରଖିଥିଲେ । ୬ ନଭେମ୍ଵର ୨୦୨୨ରେ, ଦେବିନା ଏବଂ ଗୁରୁମିତ ଦ୍ୱିତୀୟ ଥର ପିତାମାତା ହୋଇଥିଲେ । ସେ ତାଙ୍କ ସାନ ଝିଅ ଦିବିଶାଙ୍କ ନାମ ରଖିଛନ୍ତି।

ଦେବିନା ଏବଂ ଗୁରୁମିତଙ୍କ  ସାନ ଝିଅ ପ୍ରିମ୍ୟାଚର ଥିଲା । ଏହି କାରଣରୁ, ଏହି ଦମ୍ପତି ନିଜ ଶିଶୁ କନ୍ୟାକୁ ଦୀର୍ଘ ସମୟ ଧରି ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ । ବର୍ତ୍ତମାନ ସେ ତାଙ୍କ ସାନ ଝିଅର ଚେହେରା ରିଭିଲ କରିଛନ୍ତି । ଗୁରୁମିତ ଏବଂ ଦେବିନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାମିଲି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, ଦେବିନା ଏବଂ ଗୁରୁମିତ ସେମାନଙ୍କର ଦୁଇ ଝିଅ ସହିତ କ୍ୟାମେରାରେ ପୋଜ୍‌ ଦେଇଛନ୍ତି।  ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁବ୍‌ କମେଣ୍ଟ ଦେଉଛନ୍ତି।

   Related Posts