ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଦ୍ଵିତୀୟ ଥର ମାଆ ହେଲେ ଦେବିନା ବାନାର୍ଜୀ, ଘରକୁ ଆସିଲା ନହ୍ନୀ ପରୀ

11/11/2022 at 1:22 PM

ମୁମ୍ଵାଇ ୧୧।୧୦: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ଗୁରମିତ୍‌ ନିଜ ସୂଚନା ଦେଇ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଅଭିନେତା ଲେଖିଛନ୍ତି – ଇଟ୍ସଏ ଗର୍ଲ । ତାଙ୍କ ପ୍ରଶଂସକଙ୍କୁ ଏହି ଗୁଡ ନ୍ୟୁଜ୍‌ ଦେଇଛନ୍ତି ।

ପୂର୍ବରୁ ଝିଅ ଲିଆନାଙ୍କୁ ଜନ୍ମ ଦେଇଥିଲେ ଦେବିନା। ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବୋଲି କହିଥିଲେ।  ବିବାହର ୧୧ ବର୍ଷ ପରେ, ଦେବିନା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମାଆ ହୋଇଛନ୍ତି। ତେବେ ଗୁରମିତ୍‌ଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ଶୁଭେଚ୍ଛା ଜଣାଉଛନ୍ତି।

   Related Posts