ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ : ଦେବୀ ପ୍ରସାଦ ମିଶ୍ର

Published By : Prameya-News7 Bureau | March 21, 2023 IST

ଭୁବନେଶ୍ବର ୨୧।୩: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି । ସେଥିପାଇଁ ଓଡିଶାବାସୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ୩୦ରୁ ୩୦ଜିଲ୍ଲା ପରିଷଦ ବିଜେଡି ଦଖଲ କରିଛି ।

ଅନ୍ୟପଟେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଲୋକଙ୍କ ଉପରେ ଗାଡି ଚଢାଇ ମାରିଛନ୍ତି । ଏ କଥା ବିରୋଧୀ ଜାଣି ମଧ୍ୟ ଜନମତକୁ ବିଭ୍ରାଟ କରିବା ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ କାହାଣୀ ତିଆରି କରୁଛନ୍ତି । ଅପରାଧ ବଢିଥିବା ନେଇ ବିରୋଧୀ ଦଳ ନେତା ଆଣିଥିବା ଅଭିଯୋଗ ମିଛ । ଓଡ଼ିଶାରେ ଦଣ୍ଡବିଧାନ ହାର ୩୮.୫୨ ରହିଛି । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.