ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କୋଭିଡ୍ ପଜିଟିଭ୍
30/08/2020 at 6:41 PM

ଭୁବନେଶ୍ୱର୩୦ା୮: ବିଜେଡ଼ିର ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି। ତାଙ୍କୁ କରୋନା ପଜିଟିଭ୍ ହୋଇଥିବା ଦେବୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ବିଧାୟକ ।

ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତାଙ୍କ ଡ୍ରାଇଭର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।