ଯିଏ ଯେଉଁ ରଣନୀତି କଲେ କି ଯେତେ ଅଙ୍କ କଷିଲେ ବି ତାହା କାମ କରିବନି : ଦେବୀ ମିଶ୍ର

Published By : Prameya-News7 Bureau | December 09, 2023 IST

ଭୁବନେଶ୍ବର ୯।୧୨: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଗାଁ ଲୋକଙ୍କ ସହ ସବୁବେଳେ ରହି ଆସିଛି ବିଜେଡି । ବିଜେପି ବର୍ତ୍ତମାନ ଗାଁକୁ ଯିବା କଥା ଚିନ୍ତା କରୁଛି । କିନ୍ତୁ ବିଜେଡି ସବୁବେଳେ ଗାଁର ଲୋକମାନଙ୍କ ସହ ରହିଛି । ଓଡ଼ିଶାର ଜନତା ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଆର୍ଶୀବାଦ ଦେଇ ଆସିଛନ୍ତି । ପାଞ୍ଚ ପାଞ୍ଚ ଥର ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି । ଆଗାମୀ ନିର୍ବାଚନରେ ଆମେ ସେହି ସଫଳତା ପାଇବୁ । ଯିଏ ଯେଉଁ ରଣନୀତି କଲେ କି ଯେତେ ଅଙ୍କ କଷିଲେ ବି ତାହା କାମ କରିବନି ।

wp:embed {"url":"https://www.prameyanews7.com/odisha-state-bjp-president-manmohan-samal-reaction-after-returned-from-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-state-bjp-president-manmohan-samal-reaction-after-returned-from-delhi/
/wp:embed

ସେପଟେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଥିଲେ ଓଡିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଥିଲେ, କେନ୍ଦ୍ରୀୟ ନେତୃତ୍ଵଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପୁଣି ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବେ ବୋଲି ମନମୋହନ ସୂଚନା ଦେଇଥିଲେ । ଗାଁକୁ ଯିବା ପାଇଁ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦ୍ଦେଶ ରହିଛି । ନିଜର ଏବଂ ପାଖ ପଞ୍ଚାୟତ ଯିବାକୁ କେନ୍ଦ୍ରୀୟ ନେତୃତ୍ୱ ଟାସ୍କ ଦେଇଥିଲେ ।

୧୨ ଶହ ପାଖାପାଖି ପଞ୍ଚାୟତ ଗସ୍ତ ସାରିଲାଣି । ବାକି ୫ହଜାର ପଞ୍ଚାୟତଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା । ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଲୋକ ଚାହୁଁଛନ୍ତି ଡବଲ୍ ଇଞ୍ଜିନ ସରକାର ହେବ, ବିଜେପି ସରକାର କରିବ ବୋଲି ମନମୋହନ ସାମଲ କହିଥିଲେ ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.