କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି, ହେଲେ ଓଡିଶାର ଦାବି କେହି ଶୁଣୁନାହାନ୍ତି- ଦେବୀ ପ୍ରସାଦ ମିଶ୍ର

Published By : Prameya-News7 Bureau | August 07, 2022 IST

ଭୁବନେଶ୍ୱର ୦୭।୦୮: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି। ହେଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ କେନ୍ଦ୍ର କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ଓଡ଼ିଶାକୁ ଏହି ଅନୁଦାନ ମିଳିବା ଦରକାର। ୧୦ ବର୍ଷ ତଳେ ଦିଲ୍ଲୀ ରାମଲୀଳା ମୈଦାନରେ ଏନେଇ ବିଶାଳ ସମାବେଶ କରାଯାଇଥିଲା । ୬୦- ୪୦ ନୁହେଁ, ୯୦- ୧୦ ହାରରେ ଅନୁଦାନ ମିଳିବା ଦରକାର। ଦେଶର ଅଲଗା ରାଜ୍ୟ ଭଳି ଓଡିଶାକୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା କଥା ଦୋହରାଇଛି ବିଜେଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.