ଧର୍ମେନ୍ଦ୍ରଙ୍କ ଟ୍ବିଟ୍ର ଜବାବ ରଖିଲା ବିଜେଡି, ଦେବୀ ମିଶ୍ର କହିଲେ- ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି
30/03/2023 at 12:50 PM

ଭୁବନେଶ୍ବର ୩୦।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍ର ଜବାବ ରଖିଲା ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କ’ଣ ଅଛି । ହାତରସ ହେଉ କି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣହତ୍ୟା କରିବା ହେଉ ସେଗୁଡିକ କେଉଁ ଶୃଙ୍ଖଳା । କେଉଁ ଆଇନରେ ଲେଖା ହୋଇଛି । ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ । ତାକୁ କେମିତି ସୁଧାରିବେ ସେ ନେଇ ପରାମର୍ଶ ଦେଲେ ଭଲହେବ ବୋଲି ଦେବୀ ମିଶ୍ର କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡାର ୧୫ ବର୍ଷର ନାବାଳକ ଅପହରଣ ଓ ହତ୍ୟା ଘଟଣାରେ ଟ୍ୱିଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଇନ ବିହୀନ ଓଡ଼ିଶା ବାସ୍ତବତା ପାଲଟିଛି, ନବ ଦାସ ହତ୍ୟାକୁ ୨ ମାସ ନପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି, ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି ।