ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଦେବଗଡରେ କମୁନି ହାତୀ ଉପଦ୍ରବ : ଦଳି ଚକଟି ନଷ୍ଟ କରୁଛନ୍ତି ଧାନ ଓ ପନି ପରିବା ଫସଲ

17/12/2021 at 7:33 AM

ଦେବଗଡ, ୧୭|୧୨: ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର କଲଣ୍ଡା, ସୁଗୁଡା, ବଣିଆକିଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହାତୀ ମାନେ ସଂଘବଦ୍ଧ ହୋଇ ବ୍ୟାପକ ଭାବରେ ଫସଲ ଓ ପନିପରିବା ନଷ୍ଟ କରୁଛନ୍ତି । ହାତୀ ଭୟ ଘାରିଥିବା ବେଳେ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି । ଚାଷୀମାନେ ତରତରରେ ନିଜ ଧାନ ଅମଳ କରି ସୁରକ୍ଷିତ ସ୍ଥାନକୁ ନେବା ବେଳେ ପନିପରିବାକୁ କଞ୍ଚା ଅବସ୍ଥାରେ ତୋଳିନେଉଥିବା ଦେଖିବାକୁ ମିଳିଛି।

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ଜିଲ୍ଲାର ତିଲେଇବଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହାତୀପଲ ବ୍ୟାପକ ଭାବରେ ଧାନ ଫସଲ ଓ ପନିପରିବା ଖାଇବା ସହ ମାଡି ଦଳି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।  ହାତୀ ମାନେ କଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା, ବଲଣ୍ଡା, ନୂଆଗାଁ, ଧତକିପଶି ଗ୍ରାମ ରେ ପନିପରିବା ଖାଇବା ସହ ମାଡିଦଳି ନଷ୍ଟ କରିବା ଓ  ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କଲଣ୍ଡା ଗ୍ରାମର ଅବନୀ ଜାଲଙ୍କ ପରିବା ବଗିଚାକୁ ହାତୀମାନେ ଉଜାଡି ଦେଇଥିବା ଅଭିଯୋଗ ହୋଇଛି। ସେହିଭଳି ନିକଟସ୍ଥ ଏକ ଫାର୍ମରେ ପଶି ନୂତନ ଭାବରେ ଲଗାଯାଇଥିବା ଆମ୍ବ ଗଛକୁ ହାତୀ ମାନେ ଉପାଡିବା ସହ ଭାଙ୍ଗି ଦେଇଥିବା ଜଣାପଡିଛି ।

ଦେବଗଡ ଅଞ୍ଚଳର ଚାଷୀ ଧାରକରଜ କରି ଧାନ ଓ ଅନ୍ୟାନ୍ୟ ଫସଲ ସହ ପନିପରିବା ଚାଷ କରିଥାନ୍ତି । କଲଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହାତୀ ପଲ ଧାନ ଫସଲ ଓ ପନିପରିବା  ଖାଇବା ସହ ମାଡିଦଳି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ନୂଆଗାଁ ଅଞ୍ଚଳରେ ଚାଳିଶରୁ ଅଧିକ ହାତୀ ଆସି ଅମଳକ୍ଷମ ଧାନ ଫସଲ ନଷ୍ଟ କରିଥିବା ବେଳେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଆଖୁ, କଦଳୀ, ନଡିଆ ଗଛ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି।

ଶିଳ୍ପ ବିହୀନ ଦେବଗଡ ଜିଲ୍ଲାର ଅଧିକାଂଶ ଅଧିବାସୀ ଜୀବନ ଜୀବିକା ପାଇଁ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଏଭଳି ସ୍ଥିତିରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ଘର ଭାଙ୍ଗିବା ସହ  ଫସଲ ଓ ପନିପରିବା ନଷ୍ଟ ଚାଷୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଭଳି ସ୍ଥିତିରେ ହାତୀଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଶୀଘ୍ର ଘଉଡାଇବା ପାଇଁ ସାଧାରଣରେ ଦାବି କରାଯାଇଛି ।

   Related Posts