ମହାରାଷ୍ଟ୍ରରେ ପଲଟିଲା ବାଜି - ମାତ୍ର ୭୮ ଘଣ୍ଟାରେ ଭାଙ୍ଗିଗଲା ଦେବେନ୍ଦ୍ର ଫଡନଭିସଙ୍କ ଦ୍ବିତୀୟ ପାଳି ସରକାର

Published By : Prameya-News7 Bureau | November 26, 2019 IST

ମୁମ୍ବାଇ ୨୬।୧୧ -  ମହାରାଷ୍ଟ୍ରରେ ପାଲଟିଲା ବାଜି ।  ମାତ୍ର ୭୮ ଘଣ୍ଟାରେ ଭାଙ୍ଗିଗଲା ଦେବେନ୍ଦ୍ର ଫଡନଭିସଙ୍କ ଦ୍ବିତୀୟ ପାଳି ସରକାର । ରାତାରାତି ଅଜିତ ପାୱାରଙ୍କ ସହିତ ମିଶି ବିଜେପି କରିଥିବା ସରକାର ୩ ଦିନ ବି ଚାଲିପାରିଲାନି । ଦେବେନ୍ଦ୍ର ଫଡ଼ନଭିସ୍ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।…

{"id":190316,"sizeSlug":"large"}

ଏହି ଦୁଇ ଦୃଶ୍ୟ ଭିତରେ ମାତ୍ର ୭୮ ଘଣ୍ଟାର ବ୍ୟବଧାନ । ଆଉ ଏହି ୭୮ ଘଣ୍ଟା ଭିତରେ ଯାହାକିଛି ଘଟିଗଲା ତାହା ଭାରତୀୟ ରାଜନୀତି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଶନିବାର ସକାଳୁ ସକାଳୁ ଯେତେବେଳେ ଦେବେନ୍ଦ୍ର ଫଡନଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ତାହା ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । କେହି ଏହାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମାଷ୍ଟର ପ୍ଲାନ୍‌ କହୁଥିଲେ ତ ଆଉ କେହି ଗଣତନ୍ତ୍ରର ହତ୍ୟା । ହେଲେ ଆଜି ସେଥିରେ ଯବନିକା ପଡ଼ିଛି ।ଆଉ ସରକାର ବଞ୍ଚାଇ ରଖିବା ପାଇଁ ଆବଶ୍ୟକ ବିଧାୟକ ସଂଖ୍ୟା ନଥିବାରୁ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡ଼ନଭିସ୍‌ ।…

{"id":190317,"sizeSlug":"large"}

ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ରାଜନୀତି ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା।ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଥିସହିତ ଓପନ ବାଲଟରେ ହିଁ ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ। ଘୋଡ଼ା ବେପାର ରୋକିବା ଲାଗି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ। ଏ ସମୟ ଭିତରେ ବହୁମତ ସାବ୍ୟସ୍ତ କରିବା ବିଜେପି ପାଇଁ ମୁସ୍କିଲ ହୋଇଥିଲା। କାରଣ ସୋମବାର ସଂଧ୍ୟାରେ ଯେତେବେଳେ ଶିବସେନା-ଏନ୍‌ସିପି-କଂଗ୍ରେସର ବରିଷ୍ଠ ନେତା ମୁମ୍ବାଇର ହାୟତ୍ ହୋଟେଲରେ ଏକାଠି ହୋଇ ୧୬୨ ବିଧାୟକଙ୍କ ପରେଡ୍‌ କରାଇଥିଲେ ତାହା ବିଜେପିର ସବୁ ଗଣିତକୁ ଏପଟସେପଟ କରିଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିଥିଲେ। ଏହାର କିଛି ସମୟ ପରେ ଇସ୍ତଫା ଦେଇଥିଲେ ଫଡନାଭିସ।

{"id":190318,"sizeSlug":"large"}

ବିଜେପିର କାଳିଦାସ କୋଲମ୍ବକର ପ୍ରୋଟେମ୍ ସ୍ପିକର ହୋଇଛନ୍ତି ।ଏବେ ସମସ୍ତଙ୍କର ନଜର ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବରେ ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଶପଥ ଗ୍ରହଣ କରିବାକୁ ।…

{"id":190319,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.