Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋରାପୁଟ ଶାବର ଶ୍ରୀକ୍ଷେତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

4/06/2023 at 9:39 PM

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବ ସ୍ନାନ ପୁର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗଜାନନ ବେଶ ଦର୍ଶନ କରିବାପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ସକାଳ ୧୧.୩୩ ମିନିଟରୁ ୧ଘଣ୍ଟା ମଧ୍ୟରେ ଭକ୍ତଙ୍କ ସମାଗମ ମଧ୍ୟରେ ମୃଦଙ୍ଗ ଓ ଘଣ୍ଟର ତାଳେ ତାଳେ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ୧.୩୦ ମିନିଟରୁ ୨.୫୫ ମିନିଟ ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ସମାପନ ହୋଇଥିଲା । ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ପଢ଼ନ୍ତୁ- ସ୍ନାନ ପୁର୍ଣ୍ଣିମାରେ ଅଘଟଣ: ଶ୍ରୀକ୍ଷେତ୍ରରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁଙ୍କ ପ୍ରବେଶ

ମନ୍ଦିର ସେବାୟତଙ୍କ ଦ୍ୱାରା ସକାଳ ନୀତି କାନ୍ତି ସମାପନ ପରେ ସକାଳ  ୭ .୩୦ ମିନିଟରୁ ୮ .୧୫ ମିନିଟ ମଧ୍ୟରେ ସୁନା କୂଅରୁ ୧୦୮ କଳଶରେ ପାଣି ଅଣାଯାଇଥିଲା। ପରେ ପହଣ୍ଡି ବିଜେ କରାଯାଇ ମନ୍ଦିର ପରିସରରେ ଥିବା ସ୍ନାନ ବେଦୀରେ ମହାସ୍ନାନ କରାଯାଇଥିଲା

ନୀତି ଅନୁଯାୟୀ ଜଜ୍ଞ୍ୟ କରାଯାଇ ଗଜାନନ ବେଶରେ ସଜିତ କରାଯାଇଥିଲା। ସନ୍ଧ୍ୟାରେ ଅଣସର ଘରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଶାବର ସମ୍ପ୍ରଦାୟର ପୂଜକଙ୍କ ଦ୍ୱାରା ନେତ୍ର ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ନୀତିକାନ୍ତି କରାଯିବ। ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନରେ  ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସକାଶେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଭକ୍ତ ଆଜି ତିନି ଠାକୁରଙ୍କୁ ଗଜାନନ ଭେଷରେ ଦେଖି ଭାବ ବିହୁଳ ହୋଇଥିବା ଦେଖିବାକୁ ମିଳିଛି ।

   Related Posts