ମୂର୍ତ୍ତି ପ୍ରସଙ୍ଗରେ ବିଜେଡିର ହେବିଓ୍ୱେଟ୍ ମୁହାଁମୁହିଁ, ଭର୍ତ୍ତୃହରିଙ୍କ ବୟାନ ନେଇ ଦେବାଶିଷଙ୍କ ପ୍ରତିକ୍ରିୟା
12/09/2021 at 12:52 PM

କଟକ ୧୨/୦୯ : ଦୂର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଭର୍ତ୍ତୃହରି ଓ ଦେବାଶିଷ ସାମନ୍ତରାୟଙ୍କ ଭିତରେ ବିବାଦ ବଢିଛି । ଗତକାଲି ବୈଠକରେ ମଣ୍ଡପରେ ମାଁଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କିଛି କଥା କହିଥିଲେ ଭର୍ତ୍ତୃହରି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଜଣେ ବିଜ୍ଞ ସାଂସଦ ହୋଇ ଏଭଳି ବୟାନ ଦେଇ କଟକ ସହରକୁ ଅଶାନ୍ତ କରିଛନ୍ତି ।
ସହରରେ ଯଦି ପୂଜା ପାଇଁ କୋଭିଡ୍ ସଂକ୍ରମଣ ବଢେ, ଏଥିପାଇଁ ଦାୟୀ ରହିବେ ସାଂସଦ । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ନେଇଥିବା ନିଷ୍ପତି ଠିକ୍ ବୋଲି କହିଛନ୍ତି ଦେବାଶିଷ । ତେବେ ଏ ପ୍ରସଙ୍ଗରେ ସାଂସଦଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ହସ୍ତଗତ ହୋଇନି ।