ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚିକାଙ୍କ ଆଶୀର୍ବାଦ ନେଲେ ଦେବାଶିଷ, ବିଜୟ ନେଇ କଲେ ଗୁହାରୀ

Published By : Prameya-News7 Bureau | April 16, 2024 IST

ବାଙ୍କୀ ୧୬/୦୪: କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମାଆ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଦର୍ଶନ କରିଛନ୍ତି । ସୋମବାର ରାତିରେ ଆସି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶରଣ ପଶିଥିଲେ । ଦଳର ଜିତାପଟ ନେଇ ମାଆଙ୍କୁ କରିଥିଲେ ଗୁହାରୀ । 

ତାଙ୍କୁ ଟିକେଟ ମିଳିବା ପରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ବାଣ ଫୁଟାଇ ବାଜା ବଜାଇ ବାଙ୍କୀ ବଜାର ପରିକ୍ରମା କରି ପହଂଚିଥିଲେ ମାଙ୍କ ମନ୍ଦିରରେ । ସେଠି ପୂଜା ପାଠ କରି ତାଙ୍କର ନିର୍ବାଚନ ମଇଦାନକୁ ଉଲ୍ଲାଇବେ ବୋଲି କହିଛନ୍ତି । ଏଥର ବାଙ୍କୀରେ ତ୍ରିମୁଖୀ ପ୍ରତିଦ୍ୱିନ୍ଦୀତା ହେବାକୁ ଥିବାବେଳେ ଭୋଟର କାହାକୁ ଏଥର ଭୋଟ ଦେଇ ଜିତାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.