ଭଦ୍ରକର ପ୍ରସିଦ୍ଧ ଦେବର କୁଣ୍ଡ ମେଳା, ୧୨ ଦିନ ଧରି ଚାଲିବ, କିମ୍ବଦନ୍ତୀ କହେ ରାମାୟଣର କଥା....

Published By : Prameya-News7 Bureau | February 23, 2021 IST

ଭଦ୍ରକ,୨୩/୦୨:  ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବର କୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମ ଓ ସୀତା ୧୪ ବର୍ଷ ବନବାସ ଯାଇଥିଲେ । ସେହି  ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଧନୂଶର ମୁନରେ ସୃଷ୍ଟି କରିଥିଲେ ଏହି କୁଣ୍ଡ । ଆଉ ସେଥିପାଇଁ ଏହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ ।  ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଓ ଶୋକ ଆଦି ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି । ତେବେ କାରୋନା କଟକଣା ମଧ୍ୟ ପାଳିତ ହେଉଛି ଭଦ୍ରକର ଦେବର କୁଣ୍ଡ ମେଳା ।

{"id":413399,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲାର କାଉପୁର ଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀର ରହିଛି ଏକ କୁଣ୍ଡ । କିଏ କହେ ଦେବର କୁଣ୍ଡ ତ ଆଉ କିଏ କହେ ସୀତା କୁଣ୍ଡ । ଲୋକକଥା ଅଛି ଯେ ଏହି କୁଣ୍ଡକୁ ରାମ ସୀତାଙ୍କ ବନବାସ ସମୟରେ ଲକ୍ଷ୍ଣଣ ଶର ମୁନରେ ସୃଷ୍ଟି କରିଥିଲେ ।  ଆଉ କୁଣ୍ଡରେ ସୀତା ମାତା ଗାଧୋଇ ଥିଲେ । ସେଇଥି ପାଇଁ ଏହି କୁଣ୍ଡର ନାମ ଦିଅର କୁଣ୍ଡ ବା ଦେବର କୁଣ୍ଡ ।  ପ୍ରତିବର୍ଷ ଭୈମ ଏକଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ୧୨ ଦିନ ଧରି ଚାଲେ ଏହି ମେଳା । ଏଥି ପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠେ । ଏହି ଉପଲକ୍ଷେ ପବିତ୍ର କୁଣ୍ଡରେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି କୁଣ୍ଡରେ ଆସି ବୁଡ ପକାନ୍ତି । ସାଳନ୍ଦି ନଦୀ ଗର୍ଭରେ ଦୁଇଟି କୁଣ୍ଡ ରହିଛି ସୀତା ସ୍ନାନ କରିଥିବା ସ୍ନାନ ସୀତାକୁଣ୍ଡ ଓ ଲକ୍ଷ୍ମଣ ସ୍ନାନ କରିଥିବା ସ୍ନାନ ଦେବରକୁଣ୍ଡ । ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ୟବହୃତ ଜିନିଷ ନଦୀ ଜଳରେ ଭସେଇ ଦେଲେ ବୈବାହିକ ଜୀବନରେ ଖୁସି ଭରିଯାଏ ବୋଲି ବିଶ୍ୱାସ ରହିଛି । ଏଠାରେ ଏକ ରାମ ମନ୍ଦିର ଅଛି ଏଠାରେ ରାମ, ସୀତା ଓ ଲକ୍ଷ୍ଣଣ ପୂଜା ପାଆନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବୁଡ ପକାଇ ଆସି ପ୍ରଭୂ ରାମଙ୍କ ଆଶିଷ ଲାଭ କରିଥାଆନ୍ତି ।

{"id":413400,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲା କାଉପୁରରେ ଏହା ଦେବରକୁଣ୍ଡ ନାମରେ ପ୍ରସିଦ୍ଧି ଲାଭ କରିଛି । ଏଠାକାର ପ୍ରାକୃତିକ ଶୋଭା ଅତି ଆକର୍ଷଣୀୟ  । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀ ମାନେ ଧାଇଁ ଆସନ୍ତି ଏହି ମେଳାକୁ । ଭଦ୍ରକ ବ୍ୟତୀତ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସନ୍ତି ।  ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସ୍ୱାଦୁ ଖାଦ୍ୟ ଏଠାରେ ମିଳେ । ଗାଁ ଗହଳିରେ ଧାନ କଟାକଟି କାମ ସରିଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡ ମହୋତ୍ସବର ଭ୍ରମ ସୃଷ୍ଟି କରିଥାଏ ।

ମେଳାକୁ ନଜରରେ ରଖି ଜିଲ୍ଲା ପୋଲିସ ପକ୍ଷରୁ କଡା ବନ୍ଦୋବସ୍ତ କରାଯାଇଛି । ତେବେ କାରୋନା କଟକଣା ମଧ୍ୟରେ ମେଳା ପାଳିତ ହେଉଛି । କମିଟିର ସଦସ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ସାନିଟାଇଜର ବଣ୍ଟନ କରିବା ସହ ମାସ୍କ ବ୍ୟବହାର ପାଇଁ ଅନୁରୋଧ କରୁଛନ୍ତି । ଅନେକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛି ପୂଜା କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.