ଓଡ଼ିଶାର ଦେବାଂଶ, ବୟସ ଛେ।ଟ - କିନ୍ତୁ ଚମତ୍କାର ପ୍ରତିଭାର ଅଧିକାରୀ

Published By : Prameya-News7 Bureau | January 24, 2020 IST

ଜୟପୁର  ୨୪।୦୧-  ବୟସ ଛେ।ଟ । କିନ୍ତୁ ଚମତ୍କାର ପ୍ରତିଭାର ଅଧିକାରୀ ସେ । ମାତ୍ର ୯ ବର୍ଷ ବୟସରେ ବଡ ବଡ ପାହାଡ ଚଢି ରେକର୍ଡ କରିଛନ୍ତି ଜୟପୁର ସହରର ଦେବାଂଶ ।  

{"id":215516,"sizeSlug":"large"}

ଛେ।ଟ ବୟସରେ ବଡ ସଫଳତା । ୯ ବର୍ଷ ବୟସରେ ଦୁଃସାହାସିକ କାମ କରି ଚର୍ଚ୍ଚାରେ ଜୟପୁରର ଦେବାଂଶ ପାଣିଗ୍ରାହୀ । ଜୟପୁର ନିକଟରେ ଥିବା ନାକଟିଡଙ୍ଗର, ବନଦୂର୍ଗା ପରି ପାହାଡ ଚଢି ସାରିଥିବା ଦେବାଂଶ ସବୁଠାରୁ ବଡ ପାହାଡ କଣ୍ଡାମାଳି ଚଢି ରେକର୍ଡ କରିଛନ୍ତି ।ଏହି ପାହାଡର ଉଚ୍ଚତା ୩୦୦ ମିଟର ଥିବା ବେଳେ ଏହାର ଶିଖରରେ ପହଞ୍ଚିବାକୁ ସାଢେ ୪ କିଲେ।ମିଟର ବିଭିନ୍ନ ପାହାଡ ଚଢିବାକୁ ପଡେ । କିନ୍ତୁ ମାତ୍ର ଅଢେଇ ଘଣ୍ଟାରେ ପାହାଡ ଶିଖର ଛୁଇଁଛନ୍ତି ଦେବାଂଶ । ପର୍ବତାରୋହଣ କରୁଥିବା ଜୟପୁରର ଡଙ୍ଗରିଆ ଗ୍ରୁପର ସର୍ବ କନିଷ୍ଠ ସଦସ୍ୟ ଦେବାଂଶ ଏଥି ପାଇଁ ତାଙ୍କ ବାପାଙ୍କୁ ଶ୍ରେୟ ଦେଇଛନ୍ତି ।

{"id":215514,"sizeSlug":"large"}

କେ।ରାପୁଟର ସୌନ୍ଦର୍ଯ୍ୟ ଓ ପାହାଡ ପର୍ବତକୁ ଲେ।କଲେ।ଚନକୁ ଆଣିବା ସହ ଯୁବ ବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ୧୦ବର୍ଷ ହେଲା ପ୍ରୟାସ ଜାରି ରଖିଛି ଡଙ୍ଗରିଆ ପର୍ବତାରେ।ହଣ ଦଳ । ନେତାଜୀ ଜୟନ୍ତୀ ଉପଲକ୍ଷେ କଣ୍ଡାମାଳି ପର୍ବତର ପାଦଦେଶରୁ ୨୭ ଜଣ ଡଙ୍ଗରିଆ ଟିମର ସଦସ୍ୟ ଏହି ପାହାଡ ଚଢିଥିଲେ। ଆଉ ସର୍ବ କନିଷ୍ଠ ସଦସ୍ୟ ଭାବେ ଏଥିରେ ସାମିଲ ହୋଇଥିଲା ଦେବାଂଶ।   ପାହାଡର ଶିଖର ଛୁଇଁବା ପରେ ଜୟପୁର ସହରର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲର କଏଦ କରିବା ସହ ଏହି ଅନୁଭୂତି ବାଣ୍ଟିଥିଲେ।

{"id":215513,"sizeSlug":"large"}

ପାହାଡ ପର୍ବତ ସାଙ୍ଗକୁ କୋରାପୁଟର ସବୁଜିମା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ ପର୍ବତାରୋହଣ ଏକ ଆଡଭେଂଚର ସ୍ପୋର୍ଟ୍ସ ହୋଇ ପାରନ୍ତା।ଅନ୍ୟ ରାଜ୍ୟ ଭଳି ଯଦି ପର୍ବତାରେ।ହଣକାରୀଙ୍କୁ ପ୍ରୋତ୍ସାହନ ମିଳନ୍ତା, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରନ୍ତେ ଏମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.