ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କାଠଯୋଡି ପୋଲ ଉପରୁ ନଦୀକୁ ଡେଇଁଥିବା ଦେବବ୍ରତଙ୍କ ମିଳିଲା ମୃତଦେହ

23/10/2019 at 12:10 PM

ବାରଙ୍ଗ ୨୩।୧୦: କାଠଯୋଡିକୁ ଡେଇଁ ନିଖୋଜ ହୋଇଥିବା ଯୁବକ ଦେବବ୍ରତଙ୍କ ମୃତଦେହ ଉଦ୍ଧାର ହୋଇଛି । ନରଣପୁର ବାଲିଘାଟ ନିକଟରୁ ମିଳିଛି ଦେବବ୍ରତ ମାଝିଙ୍କ ମୃତଦେହ । ବାରଙ୍ଗ ଅଗ୍ନିଶମ ବାହିନୀ ଦେବବ୍ରତଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି କାଠଯୋଡି ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଥିଲେ ।

ପତ୍ନୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ଦେବବ୍ରତ ମହାପାତ୍ର ନାମକ ବ୍ୟକ୍ତି କାଠଯୋଡିକୁ ଡେଇଁ ଆତ୍ମହତ୍ୟା କରିବାର ଘଟଣା ମନରୁ ନ ଲିଭୁଣୁ ଆଉଜଣେ ଦେବବ୍ରତ ନାମକ ଯୁବକ କାଠଯୋଡିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଲାସୀ କାର୍ଯ୍ୟ ଜାରି ରଖିଥିଲା ତେବେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଭୁବନେଶ୍ବର ଗାଡକଣର ଯୁବକ ଦେବବ୍ରତ ମାଝି କାଠଯୋଡିକୁ ଡେଇଁଥିଲେ । ଗତକାଲି ଦେବବ୍ରତ ନିଜର ଗାଡକଣା ସ୍ଥିତ ଘରୁ ବାଇକ୍ ଯୋଗେ ଆସି କାଠଯୋଡି ସୁବାଷ ବୋଷ ସେତୁ ଉପରେ ଗାଡି ରଖି ଡେଇଁ ପଡିଥିଲେ । ତେବେ ଦେବବ୍ରତ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ଦେବବ୍ରତଙ୍କ ବାପା କହିଛନ୍ତି । ଦେବବ୍ରତଙ୍କ ନିଜଘର ମୟୁରଭଞ୍ଜ ହୋଇଥିବା ବେଳେ ସେ ଗାଡକଣରେ ଘରକରି ପରିବାର ସହ ରହୁଥିଲେ ।

   Related Posts