Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ନୀତି ସମାପନ

4/06/2023 at 8:14 PM

ନୀଳଗିରି,୪/୬:- ବାଲେଶ୍ୱେର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ନୀତି ଶଷ ହୋଇଛି। ସକାଳେ ମନ୍ଦିରରେ ଦ୍ୱାରଫିଟା ନୀତିପରେ ତିନିଠାକୁର ସିଂହାସନରୁ ଅବତରଣ କରିଥିଲେ। ଏହାପରେ ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ଯୁବରାଜ ଜନ୍ମଞ୍ଜୟ ମର୍ଦରାଜ ପୂଜାର୍ଚ୍ଚନା କରି ବନ୍ଦାପନା କରିଥିଲେ।

ଏହାପରେ ସୁଦର୍ଶନ ସ୍ନାନମଣ୍ଡପ ବିଜେ କରିବା ପରେ ବଳରାମ ପରେ ଭଉଣୀ ସୁଭଦ୍ରା ଓ ତାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଛେରାପହଁରା କରି ରାଜା ଓ ଯୁବରାଜ ମଣ୍ଡପକୁ ପାଛୋଟି ନେଇଥିଲେ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ଅବକାଶ, ସୂର୍ଯ୍ୟପୂଜା,ଦ୍ୱାରପୂଜା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା।

ପଢ଼ନ୍ତୁ- ସ୍ନାନ ପୁର୍ଣ୍ଣିମାରେ ଅଘଟଣ: ଶ୍ରୀକ୍ଷେତ୍ରରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁଙ୍କ ପ୍ରବେଶ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ୩୫ କଳସ, ବଳଭଦ୍ରଙ୍କୁ ୩୩ କଳସ, ସୁଭଦ୍ରାଙ୍କୁ ୨୨ କଳସ, ସୁଦର୍ଶନଙ୍କୁ ୧୮ କଳସ ସୁଭାସିତ ଜଳରେ ସ୍ନାନ କରାଯାଇଥିଲା।ସକାଳଧୂପ ବେଶ ପରେ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ହଜାର ହଜାର ଭକ୍ତ ଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରି ଆଶିଷ କାମନା କରିଛନ୍ତି।

ସପଟେ ପୁରୀରେ ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଥିବା ବେଳେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ୨ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର ପରିଚୟନ ମିଳିଛି। ମୃତକ ହେଲେ ନିରଜ ଚାନ୍ଦ (୧୪)। ସେ ରାଜସ୍ଥାନର ବାସିନ୍ଦା।

ନିରଜ ବେଳାଭୂମିର ସେକ୍ଟର‌ ୭ରେ ଗାଧୋଇ ବେଳେ ସେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିରଜଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ମନ୍ଦିର ବେଢାରେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଶ୍ରଦ୍ଧାଳୁ ଗୁରୁତର ହୋଇଥିଲେ। ମୃତ ଶ୍ରଦ୍ଧାଳୁ ଜଣକ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି। ସ୍ନାନ ମଣ୍ଡପ ପାଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ଅନ୍ୟପଟେ ମହାପ୍ରଭୁଙ୍କ ସ୍ନାନବେଦୀରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ସ୍ନାନ ମଣ୍ଡପରେ ଚକଡ଼ାରେ ଲାଗିଛି ରକ୍ତଛିଟା। ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ମହା ପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା। ଜଣେ ସେବାୟତଙ୍କ ଗୋଡ଼ରେ ରକ୍ତଛିଟା ଲାଗିଥିବା ସୂଚନା ମିଳିଥିଲା।

   Related Posts