ଜେଲରେ କଏଦୀଙ୍କ ମୃତ୍ୟୁ ଘଟଣା; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | September 27, 2022 IST

ବୌଦ୍ଧ ୨୭/୦୯: ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ କଏଦୀ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ। ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହିତ ମୁଣ୍ଡରୁ ରକ୍ତ ବାହାରୁ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ସେପଟେ ଜେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ତଥ୍ୟ ଦେଉନଥିବା ବେଳେ ଅରକ୍ଷିତଙ୍କ ମୃତ୍ୟୁ ଏକ ସୁକଳ୍ପିତ ହତ୍ୟା ବୋଲି ଅଭିଯୋଗ ହୋଇଛି। କେଉଁ କାରଣରୁ କଏଦୀଙ୍କ ମୁଣ୍ଡରେ ମାଡ଼ ହେଲା? କିଏ ତାଙ୍କୁ ମାରପିଟ୍ କରିଥିଲା?

ଅନ୍ୟ କଏଦୀମାନଙ୍କ ମୃତ କଏଦିଙ୍କର କିଛି ଝଗଡ଼ା ହୋଇଥିଲାକି ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଠିକ୍ ତଦନ୍ତ ହେଲେ ଏସବୁର ଖୋଲାସା ହେବା ସହିତ ମୃତକଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳିବ ବୋଲି ମୃତକଙ୍କ ଭଣଜା ପ୍ରତିକ୍ରିୟା ଦେଇଛନ୍ତି। ଖବର ଅନୁସାରେ, ସୋମବାର ବିଳମ୍ବିତ ରାତିରେ ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ ଭାବେ ଥିବା କଣ୍ଟାମାଳ ବ୍ଲକ୍ କଲାରକୋଠା ଗାଁର ଯୁବକ ଅରକ୍ଷିତ ସାହୁ ନାମକ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିଲା। ଫଳରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଯାଇଥିଲା। ତେବେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.