ଝାରସୁଗୁଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଉଦ୍ଧାର ପାଇଁ ଗଲେ ସ୍କୁବା ଡାଇଭର ଏବଂ ସର୍ଚ୍ଚ କ୍ୟାମେରା

Published By : Prameya-News7 Bureau | April 19, 2024 IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଡଙ୍ଗା ବୁଡି ଘଟଣାରେ ୨ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏବେ ବି ୬ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ନିଖୋଜ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୫ ଜଣ ସ୍କୁବା ଡାଇଭର ଓ ୨ଟି ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଇଛି । 

ସୂଚନା ଥାଉକି ଛତିଶଗଡ ଖରସେନି ଅଂଚଳର ୫୦ରୁ ଅଧିକ ଯାତ୍ରୀ ଆମ୍ୱବୋନ ବ୍ଲକର ପଥର ସେନିକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ ମହାନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି ଡଙ୍ଗା ବୁଡ଼ି ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ୬ ଜଣ ନିଖୋଜ ଅଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତଙ୍କ ପରିଜନଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.