ଲଗାଣ ବର୍ଷା ପରେ ବିହାର ଓ ଉତ୍ତରପ୍ରଦେଶରେ ବନ୍ୟାସ୍ଥିତି : ମୃତ୍ୟୁ ସଂଖ୍ୟା ୧୩୬କୁ ବୃଦ୍ଧି

Published By : Prameya-News7 Bureau | October 01, 2019 IST

ନୂଆଦିଲ୍ଲୀ ୧।୧୦: ଲଗାଣ ବର୍ଷା ପରେ ବିହାର ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି । ୨ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ବନ୍ୟା ଯୋଗୁଁ ଲୋକମାନେ ନାନା ହିନସ୍ତା ହେଉଛନ୍ତି । ବର୍ଷା ଯୋଗୁଁ ଗତ ୫ ଦିନରେ ବିହାରରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି । ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ନାହିଁ ।

ସେପଟେ ବିଦ୍ୟୁତ୍ କାଟ୍ ହୋଇଥିବାରୁ ଲୋକେ ଗରମ ଓ ଅନ୍ଧାରରେ ଦିନ କାଟୁଛନ୍ତି । ସାରା ଦେଶରେ ଏବେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୪୮ଜଣଙ୍କ ମୃତ୍ୟୁ ହୋଇଛି।  ଝାଡ଼ଖଣ୍ଡର ଦୁମକାରେ ପ୍ରବଳ ବର୍ଷା ଯୋଗୁଁ ଏକ ଘରର କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ  ୯ ଜଣଙ୍କ ମୃତ୍ୟୁ ହୋଇଛି । ବିହାରରେ ୧୪ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଉଦ୍ଧାର ପାଇଁ ୩୨ ଏନଡିଆରଏଫ, ଏସଡିଆରଏଫ ଟିମ୍ ମୁତୟନ ଅଛନ୍ତି । ପାଟନା ସ୍ଥିତି ସବୁଠୁ ସାଂଘାତିକ । ପୁରା ସହର ଜଳମଗ୍ନ ହୋଇଥିବାବେଳେ ୨୩୫ ଜଣଙ୍କୁ ଏନଡିଆରଏଫ ଉଦ୍ଧାର କରିଛି । ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । କେନ୍ଦ୍ର ସରକାର ରିଲିଫ ଓ ଉଦ୍ଧାର କାମ ପାଇଁ ୨ଟି ହେଲିକପ୍ଟର ପଠାଇଛନ୍ତି । ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.