୮ ହଜାର ଶିଶୁ, ୬ ହଜାର ମହିଳା... ଗାଜାପଟ୍ଟୀରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍

Published By : Prameya-News7 Bureau | December 21, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ, ୭୫ଦିନରୁ ଅଧିକ ହେଲାଣି । ଏବେବି ଧ୍ବଂସଲୀଳା ଜାରି ରହିଛି । ଇସ୍ରାଏଲ ସେନାର ଘନଘନ ଆକ୍ରମଣରେ ଧ୍ବଂସସ୍ତୁପରେ ପରଣତ ହୋଇଛି ଗାଜାପଟ୍ଟୀ । ଆଇଡିଏଫର ଗୋଟିଏ ଲକ୍ଷ୍ୟ ଗାଜାରୁ ହମାସ ଆତଙ୍କବାଦୀ ସଫା କରିବା । ଅକ୍ଟୋବର ୭ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ପାଲେଷ୍ଟାୟୀନ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଆହତ ହୋଇଥିବା ବେଳେ ଲକ୍ଷାଧିକ ବାସହରା ହୋଇଛନ୍ତି ।

wp:embed {"url":"https://www.prameyanews7.com/houses-flooded-streets-waterlogged-amid-heavy-rain-in-tamil-nadu/","type":"wp-embed","providerNameSlug":"prameya-news-7"}
https://www.prameyanews7.com/houses-flooded-streets-waterlogged-amid-heavy-rain-in-tamil-nadu/
/wp:embed

ହମାସ ଜାରି କରିଥିବା ସଦ୍ୟ ରିପୋର୍ଟ ମୁତାବକ, ୨୦ ହଜାର ମୃତକଙ୍କ ମଧ୍ୟରେ ୮ ହଜାରରୁ ଛୋଟ ପିଲା ଏବଂ ୬,୨୦୦ ମହିଳା ପ୍ରାଣ ହରାଇଛନ୍ତି । ସେହିପରି ୬,୭୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏହି ବୟାନରେ କୁହାଯାଇଛି, ଇସ୍ରାଏଲ ହମଲାରେ ୩୧୦ ଚିକିତ୍ସା କର୍ମୀ, ୩୫ ସାଧାରଣ ସୁରକ୍ଷା କର୍ମୀ ଏବଂ ୯୭ ପତ୍ରକାରଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲର ରିପୋର୍ଟ ମୁତାବକ, ୭ ଅକ୍ଟୋବରରେ ଦକ୍ଷିଣ ଇସ୍ରାଏଲ ଉପରେ ଅଚାନକ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆଟାକରେ ଇସ୍ରାଏଲ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକଙ୍କୁ ହମାସ୍ ଆତଙ୍କୀ ପଣବନ୍ଦୀ କରିନେଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

wp:embed {"url":"https://www.prameyanews7.com/covid-19-new-variant-jn-1-changed-the-rules-and-guidelines-as-mask-compulsory/","type":"wp-embed","providerNameSlug":"prameya-news-7"}
https://www.prameyanews7.com/covid-19-new-variant-jn-1-changed-the-rules-and-guidelines-as-mask-compulsory/
/wp:embed

ଏକ ସପ୍ତାହ ଯୁଦ୍ଧବିରତି ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ହମଲାକୁ ଜୋରଦାର କରିଛି । ଗାଜାପଟ୍ଟୀ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଦ୍ରୁତଗତି ଚାଲିଛି । ଆଇଡିଏଫ, ପାଲେଷ୍ଟାୟୀନର ଖାନ୍ ୟୁନିସରେ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି । ସେହିପରି ଅନେକ ଆତଙ୍କୀ ଠିକଣାକୁ ଏୟାର ଷ୍ଟ୍ରାଇକ୍ କରି ଧ୍ବସ୍ତ-ବିଧ୍ବସ୍ତ କରିଛି । ଗାଜାରୁ ହମାସ୍ ଆତଙ୍କବାଦୀ ଶେଷ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.