ଇଥିଓପିଆରେ ପ୍ରଳୟଙ୍କାରୀ ଭୂସ୍ଖଳନ: ମାଟି ତଳେ ପୋତି ହୋଇଗଲେ ୧୪୬ ଲୋକ

Published By : Prameya-News7 Bureau | July 23, 2024 IST

Wion

ନୂଆଦିଲ୍ଲୀ: ଇଥିଓପିଆରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା। ଏଠାରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନରେ ଅତି କମରେ ୧୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ସ୍ଥାନୀୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ସ୍ଥାନୀୟ ପ୍ରଶାସକ ଡଗମାୱି ଆଏଲେ କହିଛନ୍ତି ଯେ ଦକ୍ଷିଣ ଇଥିଓପିଆର କେଞ୍ଚୋ ଶାଚା ଗଜୋଦି ଜିଲ୍ଲାରେ ମାଟି ଅତଡ଼ା ଖସିବାରୁ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ଏବଂ ଗର୍ଭବତୀ ଅଛନ୍ତି। ସୋମବାର ସକାଳେ ଅନ୍ୟ ଏକ ଭୂସ୍ଖଳନ ପରେ ଉଦ୍ଧାରକାରୀ ଟିମ୍‌ ନିଖୋଜଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 ଆଏଲେ କହିଛନ୍ତି ଯେ ମାଟି ଆବର୍ଜନା ତଳୁ ପାଞ୍ଚ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେ କହିଛନ୍ତି, “ଅନେକ ପିଲା ଅଛନ୍ତି ଯେଉଁମାନେ ଦୁର୍ଘଟଣାରେ ନିଜ ମା, ବାପା, ଭାଇ ଏବଂ ଭଉଣୀଙ୍କ ସମେତ ପୂରା ପରିବାରକୁ ହରାଇଛନ୍ତି। ମୃତଦେହକୁ ଖୋଜିବାରେ ଲାଗିଛନ୍ତି। ଜୁଲାଇରୁ ଆରମ୍ଭ ହେଉଥିବା ବର୍ଷା ଋତୁରେ ଇଥିଓପିଆରେ ଭୂସ୍ଖଳନ ଘଟିଥାଏ। ଏହି ବର୍ଷା ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.