ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିଲା ଧମକ, ପୂର୍ବରୁ ଆସିଥିଲା ପତ୍ର ଏଥର ଧମକାଇଛନ୍ତି ଫୋନରେ, ବଢିଲା ସୁରକ୍ଷା

2/10/2022 at 7:15 PM

ମୁମ୍ବାଇ ୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏକ ଅଜଣା କଲରୁ ତାଙ୍କ ଉପରେ ଆତ୍ମଘାତୀ ବିସ୍ପୋରଣ ଲାଗି ଧମକ ଦିଆଯାଇଛି। ସେପଟେ ରାଜ୍ୟ ଗୁଇନ୍ଦା ବିଭାଗ (ଏସଆଇଡି) ସିଏମ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବାର ପୁଷ୍ଟି କରିଛି। ଗୁଇନ୍ଦା କମିସନର ଆଶୁତୋଷ ଡୁମ୍ବ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବାର ପୁଷ୍ଟି କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଉପଲବ୍ଧ କରାଯାଇଛି। ତେବେ ଫୋନ ଧମକ ଓ ଏସଆଇଡି ଇନପୁଟ ମିଳିବା ପରେ ସୁରକ୍ଷା ବଢାଇ ଦିଆଯାଇଛି। ଏଥିରେ ଠାଣେସ୍ଥିତ ସିନ୍ଦେଙ୍କ ନିଜ ଘର ଓ ମୁମ୍ବାଇ ସ୍ଥିତ ସରକାରୀ ଘର ‘ବର୍ଷା’ର ସୁରକ୍ଷା କଡ଼ାକଡି କରାଯାଇଛି। ତେବେ ଫୋନ କଲ ମିଳିବାର ମାସକ ପୂର୍ବରୁ ସିନ୍ଦେଙ୍କ ଅଫିସକୁ ଧମକପୂର୍ଣ୍ଣ ପତ୍ର ଆସିଥିଲା।

ଇଣ୍ଟେଲିଜେନ୍ସୀ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଆତ୍ମଘାତୀ ବିସ୍ଫୋରମ ମାଧ୍ୟମରେ ହତ୍ୟା କରିବା ପାଇଁ ଆତତାୟୀ ଷଡ଼ଯନ୍ତ୍ର କରିଥିବା କୁହାଯାଇଛି।ଏହା ପୂର୍ବରୁ ମାଓବାଦୀମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାକୁ ମିସାଇ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ୩ଥର ହତ୍ୟା ଧମକ ମିଳିଲାଣି।

ଅକ୍ଟୋବର ୫ ତାରିଖ ଦିନ ସିନ୍ଦେ ଏମଏମଆରଡିଏ ମୈଦାନରେ ଦଶହରା ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏପରି ଧମକ ମିଳିବା ଗୁଇନ୍ଦା ବିଭାଗ ଲାଗି ଚିନ୍ତାର କାରଣ ପାଲଟିଛି। ଗତବର୍ଷ ଅକ୍ଟୋବର ମାସରେ ସିନ୍ଦେଙ୍କୁ ମାଓବାଦୀ ହତ୍ୟା ଧମକ ଦେଇଥିଲେ। ସେତେବେଳେ ସିନ୍ଦେ ଉଦ୍ଧବଙ୍କ ମନ୍ତ୍ରୀମଣ୍ଡଳରେ ନଗରବିକାଶ ମନ୍ତ୍ରୀ ଥିଲେ। ଏଣୁ ମିଳିଥିବା ପତ୍ରକୁ ମାଓବାଦୀଙ୍କ ଧମକ ବୁଝା ଯାଉଥିବା ବେଳେ ଫୋନ କଲ ଏବେ ଚିନ୍ତାର କାରଣ ପାଲଟିଛି।

   Related Posts