oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବିଶ୍ୱରେ ଚତୁର୍ଥ ଲହର ! ଭାରତରେ ଟିକାକରଣ କମାଇଛି ମୃତ୍ୟୁ ହାର : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

20/01/2022 at 6:32 PM

ନୂଆଦିଲ୍ଲୀ, ୨୦/୦୧:  ଭାରତରେ କରୋନା ମାମଲାରେ ଲଗାତାର ବୃଦ୍ଧି ଘଟୁଛି । ଦୈନିକ ଚିହ୍ନଟ ମାମଲା ୩ ଲକ୍ଷ ଉପରେ ରହିଛି । ଏହାରି ଭିତରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ୱାଦିକ ସମ୍ମଳନୀ କରି କହିଛି, ସାରା ବିଶ୍ୱ ବର୍ତ୍ତମାନ କରୋନାର ଚତୁର୍ଥ ଲହର ଦେଇ ଗତି କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଚତୁର୍ଥ ଲହର ଦେଖିବାକୁ ମିଳିଛି । ଗତ ଗୋଟିଏ ସପ୍ତାହରେ ପ୍ରତିଦିନ ୨୯ ଲକ୍ଷ ମାମଲା ରେକର୍ଡ ହୋଇଛି । ଗତ ୪ ସପ୍ତାହରେ ଆଫ୍ରିକାରେ କରୋନାର ମାମଲା ହ୍ରାସ ହୋଇଛି । ଏସିଆ ମହାଦେଶରେ କରୋନା ମାମଲା ବଢୁଥିବା ବେଳେ, ୟୁରୋପରେ ବି ମାମଲା ହ୍ରାସ ପାଉଛି।

ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ କରୋନା ଦ୍ୱିତୀୟ ଏବଂ ତୃତୀୟ ଲହର ମଧ୍ୟରେ ତୁଳନା କରିବା ସହ ମୃତକଙ୍କ ସଂଖ୍ୟା ଏବଂ ଟିକାକରଣ ବାବଦରେ ସୂଚନା ଦେଇଛି । ଏହାସହ, ପ୍ରଥମ ଥର ପାଇଁ ମନ୍ତ୍ରଣାଳୟ ଜାନୁଆରୀରେ ବଢୁଥିବା ମାମଲାକୁ ଦେଶରେ ତୃତୀୟ ଲହର ବୋଲି କହିଛି।

ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ଓଡିଶା, ଦିଲ୍ଲୀ ଏବଂ ରାଜସ୍ଥାନରୁ ପ୍ରତିଦିନ ଅଧିକ କେସ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶର ୫୧୫ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ପ୍ରତିଶତରୁ ଅଧିକ ରହିଛି ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଏପ୍ରିଲ ୩୦, ୨୦୨୧ରେ କରୋନାର ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚିଥିଲା। ସେହି ସମୟରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ କେସ ଚିହ୍ନଟ ହେଉଥିବା ବେଳେ ୩ ହଜାର ୫୯ ମୃତ୍ୟୁ ରେକର୍ଡ ହୋଇଥିଲା। କେବଳ ୨ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲା। ଜାନୁଆରୀ ୨୦,୨୦୨୨ରେ ଦେଶରେ ୩,୧୭,୫୩୨ଟି ନୂଆ କେସ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ସମୟରେ ଦେଶରେ ୭୨ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ସରିଛି।

ସେହିପରି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ବ୍ୟାପକ ଟିକାକରଣ ଯୋଗୁଁ ଭାରତରେ ତୃତୀୟ ଲହରର ଭୟାବହତା ଅଧିକ ନଥିବା ଦେଖିବାକୁ ମିଳିଛି ।    

   Related Posts