ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣା: ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ବନ୍ଧାହେଲା ବୟଫ୍ରେଣ୍ଡ ଚିତ୍ତରଞ୍ଜନ

2/09/2022 at 7:58 PM

ଭୁବନେଶ୍ଵର: ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣା ବଦମାସ ବୟଫ୍ରେଣ୍ଡ ଚିତ୍ତକୁ କମିସନରେଟ୍ ପୋଲିସ ଗିରଫ କରିଛି। ପରକ୍ରୀୟା ପ୍ରୀତି, ସନ୍ଦେହ, ଅବିଶ୍ଵାସ ଏବଂ ଝଗଡାରୁ ଏହି ଆତ୍ମହତ୍ୟା ଘଟଣା ଘଟିଛି।  ଅଭିଯୁକ୍ତ ବୟଫ୍ରେଣ୍ଡ ନିଜର ଦୋଷ ସ୍ଵୀକାର କରିଛି। ଘଟଣାକୁ ନେଇ ଶୁଭଶ୍ରୀଙ୍କ ସ୍ଵାମୀକୁ ପୋଲିସ୍ ଜେରା କରିବ। ଅଧିକ ଜେରା ପାଇଁ ପୋଲିସ ଚିତ୍ତରଞ୍ଜନକୁ ରିମାଣ୍ଡରେ ଆଣିବ। ତଦନ୍ତ ବେଳେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା ଡିସିପି ପ୍ରତୀକ ସିଂହ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

୨୦୧୪ ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ଏହାପରେ ତୃତୀୟ ବ୍ୟକ୍ତି  ଚିତଙ୍କ ସହ ଶୁଭଶ୍ରୀଙ୍କ ସମ୍ପର୍କ ଗଢି ଉଠିଥିଲା। ସଂପର୍କ ବଢିବା ସହ ଉଭୟ ଲଜ୍‌ରେ ରହୁଥିଲେ ଏବଂ ବାହାରେ ବୁଲାବୁଲି କରୁଥିଲେ।  ଶୁଭଶ୍ରୀଙ୍କ  ପର ପୁରୁଷ ସହ ସଂପର୍କକୁ ନେଇ ସ୍ଵାମୀ ସନ୍ଦେହ କରୁଥିଲେ।  ଶୁଭଶ୍ରୀଙ୍କ ପରକୀୟା ପ୍ରୀତି ବିଷୟରେ ସ୍ଵାମୀ ଜାଣି ପାରିଥିଲେ। ତେବେ ଶୁଭଶ୍ରୀଙ୍କ ସହ ଚିତ୍ତରଞ୍ଜନଙ୍କ ପ୍ରବଳ ଝଗଡା ହୋଇଥିଲା। ଚିତ ରଞ୍ଜନ ସତ୍ୟ ନଗରରେ ଡ୍ରାଇଭର ଅଛନ୍ତି। ଝଗଡା ପରେ ଶୁଭଶ୍ରୀ ମାନସିକ ଚାପରେ ଥିଲେ।

ଆତ୍ମହତ୍ୟା ପୂର୍ବରୁ ସେ ଚିତ୍ତରଞ୍ଜନଙ୍କୁ ଶେଷ ଥର କଲ୍ କରିଥିଲେ ଏବଂ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏହାପରେ ଚିତ୍ତରଞ୍ଜନ ଘରେ ପହଞ୍ଚି ଦେଖିବା ବେଳକୁ ଶୁଭଶ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରି ସାରିଥିଲେ। ଚିତ୍ତରଞ୍ଜନ କବାଟ ଖୋଲି ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଓହ୍ଲାଇବା ସହ ବେକରୁ ଓଢ଼ଣୀ ନେଇ ବରୁଣେଇରେ ଫିଙ୍ଗି ଦେଇଥିଲେ । ତେଣୁ ଏହା ଆତ୍ମହତ୍ୟା ହୋଇଛି । ଶୁଭଶ୍ରୀ ଓ ଚିତଙ୍କ ମଧ୍ୟରେ ଝଗଡା ହୋଇଥିବାବେଳେ କିଛି ମାଡ ମାରିଥିବା ଦାଗ ରହିଛି । ଚିତ୍ ରଞ୍ଜନ ଜେନା ଗିରଫ କରାଯାଇଛି । ୩୦୬ ଓ ୨୦୧ ଦଫାରେ ଗିରଫ ହୋଇଛି ଥିବା ପ୍ରତୀକ ସିଂହ କହିଚନ୍ତି।

ସୂଚନା ଅନୁଯାୟୀ ୩୦ କିଲୋମିଟର ଦୂରରୁ ମିଳିଲା ଶୁଭଶ୍ରୀଙ୍କ ଓଢ଼ଣୀ। ଖୋର୍ଦ୍ଧା  ବରୁଣେଇ ପାହାଡ଼ ବାଇପାସ ରୁ ଓଢ଼ଣୀ ଠାବ କରିଛି ପୋଲିସ । ଗୋଟିଏ ଜରି ଭିତରେ ଦିଆସିଲି ସହ ଓଢଣୀକୁ ଠାବ କରାଯାଇଛି। ଖାରବେଳନଗର ଥାନା ପୋଲିସ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଚିତ୍ତରଞ୍ଜନକୁ ନେଇ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଏହି ଓଢଣୀ ମିଳିଥିଲା। ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ପଚରାଉଚରା ବେଳେ ଓଢଣୀ ନେଇ ସୁରାଗ ମିଳିଥିଲା । ଏହାପରେ ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ କରିଥିଲା । ଚିତ୍ତରଞ୍ଜନ ନିଜର ଦୋଷ ସ୍ଵୀକାର କରିଛି।ମୃତ୍ୟୁ ପୂର୍ବରୁ ଶୁଭଶ୍ରୀଙ୍କ ଚିତ୍ତରଞ୍ଜନ ସହିତ ଝଗଡ଼ା ହୋଇଥିଲା । ଯେଉଁଥିପାଇଁ ଶୁଭଶ୍ରୀ ମାନସିକ ଚାପରେ ଆତ୍ମହତ୍ୟା କରିଥିବା କୁହାଯାଉଛି।  

   Related Posts