Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପ୍ରସୂତୀ ମାଆର ମୃତ୍ୟୁ, ୪ କନ୍ୟାଙ୍କୁ ଚାଇଲ୍ଡ ଲାଇନ ହାତରେ ଟେକି ଦେଲା ଅସହାୟ ଗରିବ ବାପା

27/11/2020 at 10:39 PM

ବାଲିପାଟଣା ୨୭।୧୧: ଜଣେ ପ୍ରସୂତୀ ମାଆର ମୃତ୍ୟୁ ପରେ ମା ଛେଉଣ୍ଡ ହେଇଗଲେ ୧୫ ଦିନର ଶିଶୁ କନ୍ୟା ସହ ୩ ଝିଅ। ଅନ୍ୟପଟେ ଅସହାୟ ଗରିବ ସ୍ଵାମୀ ଅନ୍ୟ ଉପାୟ କିଛି ନପାଇ ପତ୍ନୀର  ମୃତ୍ୟୁ ପରେ ୧୫ ଦିନର କନ୍ୟା ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନକୁ ଟେକି ଦେଇଛନ୍ତି। ଏମିତି ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା  ବାଲିପାଟଣା ବ୍ଲକ ଗଡବନ୍ତପୁର ଗ୍ରାମରେ।

ଗଡବନ୍ତପୁର ଗ୍ରାମର ଗୀତା ଭୋଇ ୧୫ ଦିନ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପୂର୍ବରୁ ଗୀତାଙ୍କର ତିନି କନ୍ୟା ଅଛନ୍ତି। ପ୍ରସବ ପରଠାରୁ ଗୀତା ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାମୀ ଭଗବାନ ସାମଲ ଗରିବ ଶ୍ରେଣୀର ହୋଇଥିବାରୁ ଗୀତାଙ୍କର ଚିକିତ୍ସା କରାଇପରି ନ ଥିଲେ । ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଗୀତାଙ୍କ ଘରେ ପହଁଞ୍ଚି କିଛି ଔଷଧ ଦେଇଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ହୋଇଥିଲା ।

ଗୀତାଙ୍କର ମୃତ୍ୟୁ ପରେ ଅସହାୟ ହୋଇପଡିଥିଲେ ୪ କନ୍ୟା । ବାଲିପାଟଣା CDPO ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନ୍ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଚାଇଲ୍ଡ ଲାଇନ୍ର ସଦସ୍ୟ , ସ୍ଥାନୀୟ ସରପଞ୍ଚ , ଗ୍ରାମର ମୂରବୀମାନେ ଗଡବନ୍ତପୁର ଗ୍ରାମରେ ରେ ପହଁଞ୍ଚିଥିଲେ । ଗୀତାଙ୍କର ସ୍ଵାମୀ ଭଗବାନ ସାମଲ ଗରିବ ଶ୍ରେଣୀର ହୋଇଥିବାରୁ ପିଲାମାନଙ୍କର ଲାଳନପାଳନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ମାଆର ଚିତା ଲିଭିବା ପୂର୍ବରୁ ନବଜାତକ ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନ୍‌କୁ ଟେକି ଦେଇଥିଲେ। ଆମ ଘର ଚାଇଲ୍ଡ କେୟାରସରେ ତିନି କନ୍ୟାଙ୍କୁ ରଖାଯାଇଛି ।

   Related Posts