ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
30/12/2022 at 12:47 PM

ଭୁବନେଶ୍ୱର ୩୦/୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ସରକାର । ସବୁ ସରକାରୀ କର୍ମଚାରୀଙ୍କ ବଢିଛି ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ପହିଲା ୨୦୨୨ରୁ ଏହା ପିଛିଲା ଭାବେ ଲାଗୁ ହେବ । ଫଳରେ ଉପକୃତ ହେବେ ହଜାର ହଜାର ସଂଖ୍ୟାରେ ପେନସନ ଭୋଗୀ ଓ ସରକାରୀ କର୍ମଚାରୀ ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023