scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସିବ ଅଦାନୀ ଗ୍ରୁପ୍‌ର କ୍ରେଡିଟ୍‌ କାର୍ଡ, VISA ସହ ହେଲା ଡିଲ୍‌

26/07/2023 at 11:16 PM

ନୂଆଦିଲ୍ଲୀ, ୨୬/୦୭: ଖୁବ୍‌ଶୀଘ୍ର ଅଦାନୀ ଗ୍ରୁପ୍‌ର କ୍ରେଡିଟ୍‌ କାର୍ଡ ମଧ୍ୟ ବ୍ୟବହାର କରିପାରିବେ। ଦୁନିଆର ଦ୍ବିତୀୟ ସବୁଠୁ ବଡ଼ କାର୍ଡ ପେମେଣ୍ଟ କମ୍ପାନି ଭିଜା (VISA) ନୂଆ ସହ-ବ୍ରାଣ୍ଡ୍‌ ପାଇଁ ଅଦାନୀ ଗ୍ରୁପ୍‌ ସହ ହାତ ମିଳାଇଛି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭିଜା ସିଇଓ ରିୟାନ ମେକଇନର୍ନୀ କହିଛନ୍ତି​‌ ଯେ, କମ୍ପାନି ଅଦାନୀ ଗ୍ରୁପ୍‌ ସହଭାଗୀ ବ୍ରାଣ୍ଡ ପାଇଁ ଚୁକ୍ତି କରିଛି। ରେୟାନ କହିଛନ୍ତି ଯେ, ଅଦାନୀ ଗ୍ରୁପ୍‌ ସହ ସହଭାଗିତାରେ ଭିଜାକୁ ଅଦାନୀ ଗ୍ରୁପ୍‌ର ବିମାନ ବନ୍ଦରରେ ଅନଲାଇନ ସର୍ଭିସ୍‌ ଦ୍ବାରା ୪୦ କୋଟି ଗ୍ରାହକଙ୍କୁ ସୁବିଧା ହେବ।

ରେୟାନ କହିଛନ୍ତି, ଅଦାନୀ ଗ୍ରୁପ୍‌ ବ୍ୟତୀତ ବ୍ରିଜ୍‌ ଆଭିଏସନ ଗ୍ରୁପ୍‌ ଏବଂ ଏଲିଜେଣ୍ଟ ଟ୍ରାଭେଲ ସହ ମଧ୍ୟ କୋ-ବ୍ରାଣ୍ଡ୍‌ କ୍ରେଡିଟ୍‌ କାର୍ଡ ପାଇଁ ଚୁକ୍ତି ହୋଇଛି। ନିକଟରେ ଟ୍ରାଭେଲ ଏବଂ ରେଷ୍ଟୁରାଣ୍ଟରେ ବଢ଼ିଥିବା ଚାହିଦା ଫଳରେ ଭିଜା ବଜାରରୁ ଆଶାଠାରୁ ଅଧିକ କାର୍ଡର ବ୍ୟବହାର ହୋଇଛି।

ଆହୁରି ପଢ଼ନ୍ତୁ: ବିକ୍ରି ହେଲା ଆଦାନୀ ଗ୍ରୁପର ଏହି କମ୍ପାନି, ବିଦେଶୀ ଫାର୍ମ କଲା ବଡ଼ ଡିଲ୍

ଗତ କିଛି ସମୟରୁ ଅଦାନୀ ଗ୍ରୁପ୍‌ର ଟ୍ରାଭେଲ ବୁକିଂ ସେକ୍ଟରରେ ଏହାର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଚଳିତ ବର୍ଷ ଆଦାନୀ ଗ୍ରୁପ୍‌ର, ଅଦାନୀ ଡିଜିଟାଲ ଲାବ୍ସ ଟ୍ରେନ୍‌ମ୍ୟାନକୁ କିଣିବାକୁ ତାହା ମାଲିକାନା କମ୍ପାନି ଷ୍ଟାର୍କ ଏଣ୍ଟରପ୍ରାଇଜ୍ ସହ ଚୁକ୍ତି କରିଛି। ଯାହା ଅନୁଯାୟୀ ଅଦାନୀ ଡିଜିଟାଲ ଟ୍ରେନମ୍ୟାନ୍‌ର ୧୦୦ ପ୍ରତିଶତ ଅଧିଗ୍ରହଣ କରିବ। ଟ୍ରେନମ୍ୟାନ୍‌ ଆଇଆରସିଟିସି ଅଧିକୃତ ଏକ ଟିକେଟ ବୁକିଂ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ବୁକିଂ ବ୍ୟତୀତ ପିଏନଆର ଷ୍ଟାଟସ, କୋଚର ସ୍ଥିତି, ଟ୍ରେନ ଚଳାଚଳର ଲାଇଭ ଷ୍ଟାଟସ ଏବଂ ସିଟ୍‌ର ଉପଲବ୍ଧତା ଭଳି ସୂଚନା ମିଳିଥାଏ।

ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଅଦାନୀ ଗ୍ରୁପ୍‌ ଅଦାନୀ ଓ୍ବାନ୍‌ ସହ କ୍ଲିୟରଟ୍ରିପ୍‌ ମଧ୍ୟ ହାତ ମିଳାଇଥିଲା। ଅଦାନୀ ଓ୍ବାନ୍‌ରୁ ୟୁଜର୍ସ ବିମାନ ଟିକେଟ୍ ବୁକ୍‌ କରିପାରିବେ, ଏହା ସହ ପାର୍କିଂ, ରିୟଲ ଟାଇମ୍‌ ଷ୍ଟାଟସ, କ୍ୟାବ୍‌ ଭଳି ସୁବିଧା ମଧ୍ୟ ମିଳିବ।

ଆହୁରି ପଢ଼ନ୍ତୁ: ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ ଆଦାନୀ ଗ୍ରୁପ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ

   Related Posts