ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଡିଲ୍ ଫାଇନାଲ୍ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ସିଟ୍ ବୁଝାବଣା ଶେଷ ହୋଇଛି । ଦିଲ୍ଲୀରେ ୪:୩ ଆସନରେ ଲଢିବେ ଦୁଇ ଦଳ । ଏନେଇ ଦିଲ୍ଲୀରେ ଆପ୍ ଏବଂ କଂଗ୍ରେସ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । କଂଗ୍ରେସ ନେତା ମୁକୁଲ ବାସନିକଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ଆସନ ଭାଗବଣ୍ଟାକୁ ନେଇ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଅନେକ ଥର ଚର୍ଚ୍ଚା ହୋଇଛି । ଏବେ ଦୁଇ ଦଳ ମଧ୍ୟରେ ସିଟ୍ ସେୟାରିଂକୁ ନେଇ ନିଷ୍କର୍ସ ବାହାରିଛି ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ୪ଟି ଲୋକସଭା ଆସନରେ ଲଢ଼ିବାକୁ ଯାଉଥିବା ବେଳେ ୩ଟି ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ । ସେହିଭଳି ଚଣ୍ଡିଗଡ଼ ଲୋକସଭା ଆସନ ଏବଂ ଗୋଆର ୩ଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ହରିୟାଣାରେ ୯ଟି ସିଟ୍ରେ କଂଗ୍ରେସ ପ୍ରାର୍ଥୀ ଲଢ଼ିବ ଏବଂ ଗୋଟିଏ ଆସନରେ ଆପ୍ ପ୍ରାର୍ଥୀ ଦେବ ।
wp:embed {"url":"https://www.prameyanews7.com/student-takes-flight-to-college-twice-a-week-to-save-on-rent/","type":"wp-embed","providerNameSlug":"prameya-news-7"} /wp:embedସେହିପରି ଗୁଜରାଟରେ ଆପ୍ ଦୁଇଟି ଆସନରେ ଲଢ଼ିବ ଏବଂ କଂଗ୍ରେସ ୨୪ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି । ଆମ ଆଦମୀ ପାର୍ଟି ଦିଲ୍ଲୀର ନୂଆ ଦିଲ୍ଲୀ, ଓ୍ବେଷ୍ଟ ଦିଲ୍ଲୀ, ସାଉଥ ଦିଲ୍ଲୀ ଏବଂ ଇଷ୍ଟ ଦିଲ୍ଲୀ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ । ସେପଟେ ନର୍ଥ ଇଷ୍ଟ, ନର୍ଥ ଓ୍ବେଷ୍ଟ ଏବଂ ଚାନ୍ଦିନୀ ଚୌକ ଆସନରୁ ପ୍ରାର୍ଥୀ ଓହ୍ଲାଇବ କଂଗ୍ରେସ ।