ଆପଣ ନିୟମିତ ମାଇକ୍ରୋୱେଭ ବ୍ୟବହାର କରୁଛନ୍ତି କି? ଲୁଚିରହିଛି ମାରାତ୍ମକ ବିପଦ

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ ୯/୮: ସାମାନ୍ୟ ଘରୋଇ ଉପକରଣରେ ଲୁଚି ରହିଛି ବିପଦ । ଅଧ୍ୟୟନ କହୁଛି ମାଇକ୍ରୋୱେଭରେ ରହିଛି ମାରାତ୍ମକ ବିକିରଣ ପ୍ରତିରୋଧକ ମାଇକ୍ରୋବସ୍‌ । ଏହା ଅନେକଙ୍କ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁମାନେ ନିୟମିତ ଭାବରେ ଖାଦ୍ୟ ପ୍ରସ୍ତୁତ କରିବାକୁ କିମ୍ବା ଚା କି କଫି ଗରମ କରିବାକୁ ମାଇକ୍ରୋୱେଭ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ବିପଦ ସାଜିବ ମାଇକ୍ରୋୱେଭ । ଏଥିରୁ ମିଳିଥିବା ବିଭିନ୍ନ ପ୍ରଜାତିର ଅତି କ୍ଷୁଦ୍ର ମାରାତ୍ମକ ମାଇକ୍ରୋବସ ମଣିଷ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ୩୦ ଟି ମାଇକ୍ରୋୱେଭରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ସେଥିରୁ ୧୦ଟି ରୋଷେଇ ଘରୁ ,୧୦ଟି ଲାବରେଟୋରୀରୁ ଓ ଆଉ ୧୦ଟି କ୍ୟାଫେରିଆ ପରି ଘରୋଇ ସ୍ଥାନରୁ ମାରାତ୍ମକ ବିକିରଣ ପ୍ରତିରୋଧକ ମାଇକ୍ରୋବସ୍‌ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.