ମେକ୍ସିକୋରେ ପୁଣି ଏକ ବଡ଼ ଧରଣର ଭୂମିକମ୍ପ, ତୀବ୍ରତା ୬.୮, ଦୁଇ ମୃତ

Published By : Prameya-News7 Bureau | September 22, 2022 IST

ନୂଆଦିଲ୍ଲୀ: ମେକ୍ସିକୋର ରାଜଧାନୀରେ ପୁଣି ଥରେ ବଡ଼ ଧରଣ ଭୂମିକମ୍ପ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ ରହିଛି। ଭୂମିକମ୍ପରେ ଅନେକ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ତିନି ଦିନ ପୂର୍ବରୁ ମଧ୍ୟ ମେକ୍ସିକୋରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ମଧ୍ୟ ବହୁ କ୍ଷତି ହୋଇଥିଲା।

ଗୁରୁବାର ଭୂମିକମ୍ପର କେନ୍ଦ୍ର ପଶ୍ଚିମ ମିଚୋଆକନର ପ୍ରଶ୍ଚିମ ପ୍ରାନ୍ତ ନିକଟ ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ପ୍ରାୟ ୨୪.୧ କିଲୋମିଟର ଗଭୀରରେ ରହିଛି । ସାରା ମିଚୋଆକନ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ମିଚୋଆକନର ଗ୍ୟୁରେରୋ ନିକଟ ରାଜମାର୍ଗରେ ଭୂସ୍ଖଳନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.