ଟି-୨୦ ବିଶ୍ଵକପ୍: ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ୯୬ ରନରେ ଅଲଆଉଟ୍ ଆୟରଲାଣ୍ଡ

Published By : Prameya-News7 Bureau | June 05, 2024 IST

aajtak

ନ୍ୟୁୟର୍କ: ଟି-୨୦ ବିଶ୍ଵକପ୍ ୨୦୨୪ର ନିଜର ପ୍ରଥମ ମୁକାବିଲାରେ ଜଲଓ୍ଵା ଦେଖାଇଛନ୍ତି ଭାରତୀୟ ବୋଲର। ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଛି। କୌଣସି ବ୍ୟାଟର ଅର୍ଦ୍ଧଶତକ କରି ପାରି ନାହାନ୍ତି। ଦଳ ପକ୍ଷରୁ ଗେରେଥ ଡେଲାନି ଅପରାଜିତ ସର୍ବାଧିକ ୨୬ ରନ କରିଛନ୍ତି।  ଜୋସୁଆ ଲିଟିଲ୍(୧୪) ଦ୍ଵିତୀୟ ସର୍ବାଧିକ ରନ ସ୍କୋରର। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

Also read: କୋଚ୍‌ ହେବାକୁ ଆଗ୍ରହୀ ନାହାନ୍ତି ରାହୁଲ ଦ୍ରାବିଡ, କହିଲେ କରିନି ଆବେଦନ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ଜଣେ ହେଲେ ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଦୁଇ ଓପନର ଆଣ୍ଡ୍ର୍ୟୁ ବଲବର୍ଣ୍ଣିଏ(୫) ଓ ପଲ୍ ଷ୍ଟିୟର୍ଲିଂ(୨) ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଲୋରକାନ ଟକର(୧୦), ହାରି ଟେକ୍ଟର(୪), କର୍ଟିସ କ୍ୟାମ୍ପର(୧୨) ବିଫଳ ହୋଇଥିଲେ। ତେବେ ଗେରେଥ ଡେଲାନି ୧୪ ବଲ୍‌ରୁ ଦ୍ରୁତ ବ୍ୟାଟିଂ କରି ଅପରାଜିତ ୨୬ ରନ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ବ୍ୟାଟିଂ ଯୋଗୁଁ ଆୟରଲାଣ୍ଡ ୯୬ ରନର ସମ୍ମାନଜନକ ସ୍କୋର କରି ପାରିଛି। ଜୋସୁଆ ଲିଟିଲ୍ ୧୪ ରନ କରିଛନ୍ତି। ଶେଷରେ ଆୟରଲାଣ୍ଡ ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଛି।

ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୨୭ ରନ ଦେଇ ୩ ସଫଳତା ହାସଲ କରିଛନ୍ତି। ଯଶପ୍ରୀତ ବୁମରା ୩ ଓଭରରେ ୬ରନ ଦେଇ ୨ଟି ଏବଂ ଅର୍ଶଦୀପ ସିଂ ୩୫ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।   

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.