Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢିଲା ଆଡମିସନ ସମୟସୀମା, ଆବେଦନ କରିନଥିଲେ ପୁଣି ମିଳିବ ଆଉ ଏକ ସୁଯୋଗ

17/12/2021 at 9:41 AM

ଭୁବନେଶ୍ୱର,୧୭/୧୨: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଶାୟୀମାନଙ୍କ ପାଇଁ ଖୁସି ଖବର । ଆବେଦନ କରିନଥିଲେ ପୁଣି ମିଳିବ ଆଉ ଏକ ସୁଯୋଗ । ଚଳିତ ମାସ ୩୧ ତାରିଖ ଯାଏଁ ଓଡ଼ିଶାରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକରେ ନାମଲେଖା ଆବେଦନ କରିହେବ । ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍‌(ଓପେକା) ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ, ଜଷ୍ଟିସ୍‌ ବି ଆର୍‌ ଗଭାଇ, ଜଷ୍ଟିସ୍‌ ବି ଭି ନାଗାରତ୍ନଙ୍କ ମିଳିତ ବେଞ୍ଚରେ ଶୁଣାଣି କରି ଆସନ୍ତା ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଇଞ୍ଜିନିୟରିଂ ନାମଲେଖା ଆବେଦନ ହୋଇପାରିବ ବୋଲି କହିଛନ୍ତି । ପୂର୍ବରୁ ଓଡ଼ିଶା ସରକାର ନଭେମ୍ବର ୩୦ ତାରିଖରେ ରାଜ୍ୟରେ ଇଞ୍ଜିନିୟରିଂ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଯାହାର ପ୍ରତିବାଦ କରି ଓପେକା ସୁପ୍ରିମକୋର୍ଟରେ ଆବେଦନ ଶେଷ ତାରିଖ ଡିସେମ୍ବର ୩୧ ପର୍ଯ୍ୟନ୍ତ କରିବାକୁ ଅନୁରୋଧ କରିଥିଲା । ଏଆଇସିଟିଇର ସଂଶୋଧିତ ଏକାଡେମିକ୍‌ କ୍ୟାଲେଣ୍ଡର୍‌ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ବର୍ଷ ଇଞ୍ଜିନିୟରିଂରେ ନାମଲେଖା ଆବେଦନ ନଭେମ୍ବର ୩୦ରେ ସରିବା ସହିତ ପାଠପଢ଼ା ଆରମ୍ଭ ହେବାକୁ ସ୍ଥିର ହୋଇଥିଲା ।

ମାତ୍ର ଚଳିତବର୍ଷ କୋଭିଡ୍‌ ଭୟାବହତା ଯୋଗୁଁ ବହୁ ଛାତ୍ରଛାତ୍ରୀ ଓଜେଇଇ ଦେଇପାରିନଥିଲେ । ତେଣୁ ଘରୋଇ ଇଞ୍ଜିନିୟରିଂ କଲେଜଗୁଡିକର ହଜାର ହଜାର ସିଟ୍‌ ଖାଲି ପଡିଛି । ପରିସ୍ଥିତିକୁ ହୃଦୟଙ୍ଗମ କରି ସୁପ୍ରିମ କୋର୍ଟ ଇଞ୍ଜିନିୟରିଂ ନାମଲେଖା ଅବଧି ଆସନ୍ତା ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାକୁ ଓପେକାର ସଚିବ ଇଞ୍ଜନିୟର୍‌ ବିନୋଦ କୁମାର ଦାଶ ସ୍ୱାଗତ କରିଛନ୍ତି ।

   Related Posts