ଟିଟିଲାଗଡ ୮/୭: ସକାଳୁ ସକାଳୁ ହୁରି ପଡିଯାଇଥିଲା । ସହର ମଝିରେ ଥିବା ପୋଖରୀ ମହାରାଜ ସାଗରରେ ଭାସୁଛି ମୃତଦେହ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହଟି ଜଣେ ଯୁବକଙ୍କ ହୋଇଥିବାବେଳେ ବୟସ ପାଖାପାଖି ୩୫ରୁ ୪୦ ହେବ । ସେ ଏକ ବ୍ଲୁ କଲରର ଜିନ୍ସ ପ୍ୟାଣ୍ଟ ଓ ଧୂସର ରଙ୍ଗର ସାର୍ଟ ପିନ୍ଧିଛନ୍ତି । ମୁହଁ ସଂପୂର୍ଣ୍ଣ ଭାବରେ ବିକୃତ ହୋଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡିଛି । ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ ।